୧୯ରୁ ନୂଆପଲ୍ଲୀରେ ମା’ ଦକ୍ଷିଣକାଳୀଙ୍କ ପୂଜା

ଭୁବନେଶ୍ୱର : ନୂଆପଲ୍ଲୀ ମା’ ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ମହାକାଳୀ ପୂଜା ଯଥାବିଧି ଅନୁଷ୍ଠିତ ହେବ। ଏହି ପୂଜା ୧୯ରୁ ୨୨ ପର୍ଯ୍ୟନ୍ତ ଆୟୋଜିତ ହେବ। ଗୁରୁବାର କଳସ ଯାତ୍ରା କରାଯିବ। ୨୦ରେ ବ୍ରହ୍ମାକୁମାରୀ ଚୈତନ୍ୟ ଝାଙ୍କି ଓ ପାଲା ଅନୁଷ୍ଠିତ ହେବ। ୨୧ରେ ଭଜନ ସନ୍ଧ୍ୟା ଏବଂ ୨୨ ତାରିଖରେ ନୃତ୍ୟ ସହ ପ୍ରସାଦ ସେବନ କରାଯିବ। ମୁଖ୍ୟ ଉପଦେଷ୍ଟା ନବକିଶୋର ବେହେରା, ସଭାପତି ପ୍ରଦୀପ କୁମାର ଦାସ ଏବଂ ସମ୍ପାଦକ ଖଗେନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବେ।

ସମ୍ବନ୍ଧିତ ଖବର