ମାତୃ ଦିବସରେ କଳିଙ୍ଗ ହସ୍ପିଟାଲର ନିଃଶୁଳ୍କ ଡାକ୍ତରୀ ପରାମର୍ଶ ‘ଆରମ୍ଭ’

ଭୁବନେଶ୍ୱର : ବିଶ୍ୱ ମାତୃ ଦିବସରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ନିଃଶୁଳ୍କ ଡାକ୍ତରୀ ପରାମର୍ଶ ‘ଆରମ୍ଭ’ ଆୟୋଜିତ ହେବାକୁ ଯାଉଛି। ୧୧ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ହସ୍ପିଟାଲରେ ବିଶେଷ ରିହାତି ଉପଲବ୍ଧ ହେବ। ୬ବର୍ଷରୁ କମ୍‌ ଶିଶୁଙ୍କ ମାତ୍ର ୪୯୯ଟଙ୍କାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି ସ୍ତ୍ରୀ ଓ ପ୍ରସୂତି, ପଥ୍ୟ ଓ ଫିଜିଓଥେରାପି, ଚକ୍ଷୁ ପରୀକ୍ଷା ଓ ଅସ୍ଥି ପରୀକ୍ଷା(ବିଏମ୍‌ଡି) ନିଃଶୁଳ୍କ ଡାକ୍ତରୀ ପରାମର୍ଶ ମିଳିବ। ବହିର୍ବିଭାଗରେ (ସ୍ତ୍ରୀ ଓ ପ୍ରସୂତି, ଶିଶୁ ଆଇଭିଏଫ୍‌ ପରାମର୍ଶ, କର୍କଟ ରୋଗ, ମାମୋଗ୍ରାଫି, ଏଫଏନ୍‌ଏସ୍‌ ଓ ପାପ୍‌ ସ୍ମିୟର)ରେ ୫୦ପ୍ରତିଶତ ରିହାତି ମିଳିବ। ହରମୋନାଲ ପରୀକ୍ଷା ଓ ଔଷଧରେ ୧୦ପ୍ରତିଶତ, ରୋଗ ନିରୂପଣରେ ୨୫ପ୍ରତିଶତ ଓ ଶଲ୍ୟ ଚିକିତ୍ସା ପଞ୍ଜୀକରଣରେ ରିହାତି ଉପଲବ୍ଧ ହେବ। ଗର୍ଭଧାରଣ ସମୟରେ ପଞ୍ଜୀକରଣରେ ଦୀର୍ଘମିଆଦି ବ୍ୟବସ୍ଥା, ପ୍ରସବରେ ସ୍ୱତନ୍ତ୍ର ରିହାତି, ସ୍ୱାସ୍ଥ୍ୟ ପତ୍ର, ଶୈଶବାବସ୍ଥାରେ ସ୍ୱାସ୍ଥ୍ୟ ସହାୟତା, କ୍ରମାଗତ ସେବା ପ୍ୟାକେଜ୍‌ ରହିଛି। ପଞ୍ଜୀକୃତ ମା’ମାନଙ୍କୁ ମାତୃ ଦିବସରେ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୭୦୬୪୪୨୧୧୫୧ରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ପଞ୍ଜୀକରଣ କରାଯିବ।

ସମ୍ବନ୍ଧିତ ଖବର