ଶାହାରୁଖ୍ ଖାନ୍‌ଙ୍କୁ ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ବର: ବିଶ୍ବକପ୍‌ ହକି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ଶାହାରୁଖ ଖାନ୍‌ଙ୍କୁ କଳିଙ୍ଗ ସେନା ବିରୋଧ କରିବ। ଅର୍ଥ ଉପାର୍ଜନ ପାଇଁ ହିନ୍ଦୀ ଚଳଚ୍ଚିତ୍ର ଅଶୋକ ଜରିଆରେ ଓଡ଼ିଶା ଇତିହାସକୁ ବିକୃତ କରିଥିବା ଶାହାରୁଖ୍‌ଙ୍କୁ ଓଡ଼ିଶା ମାଟିରେ ପାଦ ଦେବା ଅଧିକାର ନାହିଁ ବୋଲି ଏଭଳି ନିଷ୍ପତ୍ତି ‌ନିଆଯାଇଥିବା କହିଛନ୍ତି ସେନା ସୁପ୍ରିମୋ ହେମନ୍ତ ରଥ। ଆଜି ଆୟୋଜିତ ସେନା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ‌େର ସେ ଏହା ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ରରେ କଳିଙ୍ଗଯୁଦ୍ଧର ବିଷୟବସ୍ତୁ ରହିଥିଲା। ଓଡ଼ିଆ ବୀରମାନଙ୍କୁ ହୀନ ଭାବେ ପ୍ରଦର୍ଶନ କରାଯାଇଥିବା ବେଳେ କାରୁବାକିଙ୍କର କୌଣସି ଭୂମିକା ନଥିବା ବେଳେ ଏଥିରେ ତାଙ୍କୁ ଦୁଶ୍ଚରିତ୍ରୀ ବୋଲି ଦର୍ଶାଯାଇଥିଲା। ସେତେବେଳେ ଆନ୍ଦୋଳନ କରି ସେନା ଏହାର ପ୍ରଦର୍ଶନ ବନ୍ଦ କରିଥିଲେ ମଧ୍ୟ ଦେଶବିଦେଶରେ ଏହା ପ୍ରଦର୍ଶିତ ହେବା ଫଳ‌େର ଓଡ଼ିଆ ବିଶ୍ବନିନ୍ଦିତ ହୋଇଥିଲା। ୧୮ବର୍ଷ ତଳର ଏହି ଜଖମ ସେନା ଭୁଲି ପାରିବ ନାହିଁ, ଏଭଳି ଜଣେ ବେପାରୀ ଅଭିନେତାଙ୍କୁ ଓଡ଼ିଆ ମାଟିରେ ପାଦ ଦେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ଜାଗାରେ ଆଉ କାହାକୁ ବି ଆଣି ଏହି ହକି ଉଦ୍‌ଘାଟିତ କରାଯାଇ ପାରିଥାନ୍ତା। କିନ୍ତୁ ସରକାର ତାଙ୍କୁ ଆଣି କେଉଁ ସୁନାମ ଅର୍ଜନ ପାଇଁ ଆଣୁଛନ୍ତି ବୋଲି ‌େସନା ପ୍ରଶ୍ନ କରିଛି। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ନିହାର ପାଣି, ଜଗବନ୍ଧୁ ମହାନ୍ତ, ଗୌରାଙ୍ଗ ପ୍ରଧାନ, ଯଦୁମଣି ମହାନ୍ତ, ନାରୀ ସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ସମ୍ପାଦିକା ଶୁଭଶ୍ରୀ ପତି, ଆନ୍ଦୋଳନ କମିଟି ଅଧ୍ୟକ୍ଷ ବିଜୟ ରାଜ୍‌, ଶିବାଶିଷ ଦାଶ, ହୃଷୀକେଶ ସେନାପତି, ଅବଦୁଲ କୟୁମ ଖାନ୍‌, ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର