କଳିଙ୍ଗ ଷ୍ଟାଡିୟମ୍‌ରେ ହେଲା ବର୍ଜ୍ୟବସ୍ତୁ ପୃଥକୀକରଣ

ଭୁବନେଶ୍ବର: ବିଏମ୍‌ସି ପକ୍ଷରୁ ଜର୍ମାନୀ ସଂସ୍ଥା ଜିଆଇଜେଡ୍ ସହାୟତାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅତ୍ୟାଧୁନିକ ଉପାୟରେ ବର୍ଜ୍ୟବସ୍ତୁ ପୃଥକୀକରଣ କରାଯାଉଛି। ରାଜ୍ୟରେ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ଜୈବ ଓ ଅଜୈବ ବର୍ଜ୍ୟବସ୍ତୁକୁ ଷ୍ଟାଡିୟମ ପରିସରରେ ପୃଥକୀକରଣ କରାଯିବା ସହ ଜୈବ ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରାଯାଉଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଷ୍ଟାଡିୟମ୍‌ରୁ ଏବେ ଦୈନିକ ୧ଟନ୍ ବର୍ଜ୍ୟବସ୍ତୁ ବାହାରୁ ଥିବାବେଳେ ଏଥିରୁ ୩୦% ଜୈବ ଆବର୍ଜନା ଏବଂ ୭୫% ଅଜୈବ ଆବର୍ଜନା ବାହାରୁଛି। ଏହି ୭୫% ଅଜୈବ ଆବର୍ଜନା ମଧ୍ୟରେ ୨୫% ପ୍ଲାଷ୍ଟିକ୍ ବୋତଲ, ୩୦% କାର୍ଡ ବୋର୍ଡ କପ୍‌, ୫% ପୁନଃବ୍ୟବହାର ଉପଯୋଗୀ ନୁହେଁ, ୧୦% ଧାତୁ କାଚର ଆବର୍ଜନା। ୧୦ ଜଣ ପ୍ରଶିକ୍ଷିତ ରୢାଗ୍ ପିକର୍‌ଙ୍କ ଦ୍ବାରା ଏହି ଆବର୍ଜନା ସଂଗ୍ରହ କରାଯାଉଥିବାବେଳେ ଜୈବ ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରାଯାଉଛି।

ସମ୍ବନ୍ଧିତ ଖବର