ପ୍ରଥମ କାଞ୍ଚନ ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ବର : କାଞ୍ଚନ ଫାଉଣ୍ଡେସନ୍‌ ପକ୍ଷରୁ ଜୟଦେବ ଭବନଠାରେ ‘ପ୍ରଥମ କାଞ୍ଚନ ସମ୍ମାନ-୨୦୧୯’ ଅନୁଷ୍ଠିତ ‌ହୋଇଯାଇଛି। ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଧାୟକ ଅରବିନ୍ଦ ଢାଲି ଯୋଗ ଦେଇଥିଲେ। ଶିକ୍ଷାବିତ୍‌ ବିଧୁଭୂଷଣ ପଟ୍ଟନାୟକ ଓ ‘ଆତ୍ମଜା’ର ସମ୍ପାଦିକା କବିତା ମଞ୍ଜରୀ ପରିଡ଼ା ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ‘କାଞ୍ଚନଧାରା’ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି, ସାମାଜିକ ଅନୁଷ୍ଠାନ ଓ ଭୁବନେଶ୍ବରର ୪ଟି ଦୁର୍ଗାପୂଜା ମଣ୍ଡପକୁ ଏହି ଅବସରରେ ‘ପ୍ରଥମ କ‌ାଞ୍ଚନ ଫାଉଣ୍ଡେସନ ସମ୍ମାନ’ ପ୍ରଦାନ କରାଯାଇଛି। ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଫାଉଣ୍ଡେସନ୍‌ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଉପସଭାପତି ବିଶ୍ବଜିତ ସାମନ୍ତରା, ଜିତୁ ମଲ୍ଲିକ, ଗୋପାଳ ବେହେରା, ରାମେଶ ବଳ ଓ ତପନ କୁମାର ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର