ଶ୍ରୀହୀନ କାଞ୍ଜିଆ ହ୍ରଦ

ବାରଙ୍ଗ: ବାତ୍ୟା‌ ଫନି ପରେ ଶ୍ରୀହୀନ ହୋଇଛି ନନ୍ଦନକାନନ କାଞ୍ଜିଆ ହ୍ରଦ କୂଳ ପାର୍କ। ଏହାର ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ କର୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି। ଉପୁଡ଼ି ପଡ଼ିଥିବା ଗୋଟିଏ ବର ଓ ଦୁଇଟି ଝଙ୍କାଳିଆ ଆମ୍ବ ଗଛର ଡାଳ କାଟି ଛିଡ଼ା କରାଇଛନ୍ତି। ସେଗୁଡ଼ିକ ମୂଳରେ ମାଟି ପକାଇ ପାର୍କର ପୂର୍ବ ଅବସ୍ଥା ଫୋରଇ ଆଣିବାକୁ ଚେଷ୍ଟା ଚାଲିଛି। କେବଳ ସେତିକି ନୁହେଁ ପାଖରେ ଏକ ପୁଷ୍କରିଣୀ କରାଯାଇଛି। ସବୁଜିମା ଭରା ଗଛ ଛାଇ ତ‌ଳେ ଚେୟାର ଉପରେ ବସି ପର୍ଯ୍ୟଟକ ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରୁଥିଲେ। ଯୁବକ, ଯୁବତୀ ପିଲା ବୃଦ୍ଧ ସମସ୍ତ ପର୍ଯ୍ୟଟକଙ୍କୁ ବିମୋହିତ କରୁଥିଲା ଏହି ପାର୍କ। ଏଠାରେ ଫଟୋ ଉଠାଇବା ଓ ସେଲ୍‌ଫି ନେବାକୁ ସବୁ ବର୍ଗର ପର୍ଯ୍ୟଟକ ପସନ୍ଦ କରୁଥିଲେ।

ସମ୍ବନ୍ଧିତ ଖବର