ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ମନମୋହିଲା ସମ୍ବଲପୁରି ନୃତ୍ୟ ସହ ମହାରାଷ୍ଟ୍ରର ପାରମ୍ପାରିକ ଲୋକ ନୃତ୍ୟ ଲାବଣି ନୃତ୍ୟ ଓ ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ

ଭୁବନେଶ୍ୱର : ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ସଂଧ୍ୟାର ବିଶେଷ ଆକର୍ଷଣ ଥିଲା ସମ୍ବଲପୁରି ନୃତ୍ୟ, ମହାରାଷ୍ଟ୍ରର ପାରମ୍ପାରିକ ଲୋକ ନୃତ୍ୟ ଲାବଣି ନୃତ୍ୟ ଓ ଆଧୁନିକ ସଙ୍ଗୀତର କାର୍ଯ୍ୟକ୍ରମ ।

ଦ୍ୱିତୀୟ ସଂଧ୍ୟାର ଅତିଥି ଥିଲେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ; ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ ଓ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ।

ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବଲାଙ୍ଗିରରୁ ଆସିଥିବା ସଙ୍ଗୀତ ସାଧନା ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରି ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ । ପରେ ପରେ କଟକର ମୋକ୍ଷ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ମହାରାଷ୍ଟ୍ରର ଲୋକନୃତ୍ୟ ଲାବଣି ନୃତ୍ୟ ପରିବେଷଣ । ତାପରେ କୁନି କଳାକାର ଦେବଦାସ ଓ ରାଧାଙ୍କ ଦ୍ୱାରା ଆଧୁନିକ ନୃତ୍ୟ ଡ଼ୋଲାରେ ଡ଼ୋଲା ଓ ରାଜସ୍ଥାନି ଲୋକନୃତ୍ୟ କାଲବେଲିଆ ପରିବେଶିତ
ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ବିଭିନ୍ନ ଓଡ଼ିଆ ଓ ହିନ୍ଦି ଆଧୁନିକ ସଙ୍ଗୀତରକାର୍ଯ୍ୟକ୍ରମ । ଯାହାକୁ ପରିବେଷଣ କରିଥିଲେ ଓଡ଼ିଶାର ସୁନାମଧନ୍ୟ ଯୁବ ପ୍ରତିଭା ସତ୍ୟଜିତ ପ୍ରଧାନ ଓ ଅମ୍ରିତା ଭାରତି ପଣ୍ଡା । ଶେଷ ପ୍ରସ୍ତୁତିରେ ଥିଲା ଯନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ମୁ୍ୟଜିକାଲ ନାଇଟ । ଶୀତୁଆ ସନ୍ଧ୍ୟା ହେଲେ ମଧ୍ୟ ଖଣ୍ଡଗିର ବ୍ୟାଖାନ କେନ୍ଦ୍ରରେ ଭରପୁର ଦର୍ଶକ ଏହି ସମସ୍ତ କାର୍ଯ୍ୟକ୍ରମକୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି
ଉପଭୋଗ କରିଥିଲେ ।

ଉତ୍ସବର ମୂଖ୍ୟ ଆକର୍ଷଣରେ ଥିଲା ସୁସ୍ୱାଦୁ ଖାଦ୍ୟ ମେଳା, ହସ୍ତତନ୍ତ ମେଳା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଜସ୍ୱ ପ୍ରସ୍ତୁତ କରାଯାଇଥିବା ସାମଗ୍ରୀ ମେଳା, ଲଳିତ କଳାଏକାଡ଼େମୀ ଦ୍ୱାରା ଚିତ୍ରକଳା, ଓଡ଼ିଶା ଅଭିଲେଖାଗାର, ରାଜ୍ୟ ପ୍ରତ୍ନତ୍ତ୍ୱତ ବିଭାଗ, ଓଡ଼ିଶା ଖଦୀ ଓ ଗ୍ରମୋଦ୍ୟଗ, ରାଜ୍ୟ ସଂଗ୍ରାହଳୟ, ଓଡ଼ିଶା ନୌବାଣିଜ୍ୟ ପ୍ରତିଷ୍ଠାନ ଦ୍ୱାରା ପ୍ରଦର୍ଶନୀ ସହିତ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ଦ୍ୱାରା ପର୍ଯ୍ୟଟକଙ୍କ ଅବଗତି ନିମନ୍ତେ ଷ୍ଟଲର ବ୍ୟବସ୍ଥା ।

ସମ୍ବନ୍ଧିତ ଖବର