ଖିମ୍‌ଜି ଜୁଏଲର୍ସରେ ମାତୃ ଦିବସ ପାଳିତ

ଭୁବନେଶ୍ୱର : ଖିମ୍‌ଜି ଜୁଏଲର୍ସ ପକ୍ଷରୁ ରବିବାର ମାତୃଦିବସ ପାଳିତ ହୋଇଯାଇଛି। ଖିମ୍‌ଜିର ଭୁବନେଶ୍ୱରସ୍ଥିତ ଷ୍ଟୋରରେ ଏହି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଖିମ୍‌ଜି ପକ୍ଷରୁ ରେଡ୍‌ ଏଫ୍‌ଏମ୍‌ରେ ଶ୍ରୋତାମାନଙ୍କ ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶ୍ରୋତାମାନଙ୍କୁ ରେଡ୍‌ ଏଫ୍‌ଏମ୍‌ରେ ସେମାନଙ୍କ ମା’ମାନଙ୍କ ସମ୍ପର୍କରେ କହିବା ସୁଯୋଗ ଦିଆଯାଇଥିଲା। ଏଥିସହିତ ମା’ଙ୍କ ସହିତ ସେଲ୍‌ଫି ଉଠାଇ ଖିମ୍‌ଜି ପେଜ୍‌ରେ ସେୟାର କରି ମା’ମାନଙ୍କ ସମ୍ପର୍କରେ ଲେଖିବାକୁ କୁହାଯାଇଥିଲା। ରେଡ୍‌ ଏଫ୍‌ଏମ୍‌ରେ ମା’ଙ୍କ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ବ୍ୟକ୍ତିମାନେ ହେଲେ ବିଜୟିନୀ ରଣା, ହରପ୍ରୀତ କଲ୍‌ସି, ଅଞ୍ଚଳ ସିଂହ, ପ୍ରୀତିରଞ୍ଜନ ଦାସ ଏବଂ ମାନସୀ ମିଶ୍ର। ଖିମ୍‌ଜି ପେଜ୍‌ରେ ସେଲ୍‌ଫି ପଠାଇ ବିଜୟୀ ହୋଇଥିବା ବ୍ୟକ୍ତିମାନେ ହେଲେ ସେଲିନା ରାଉତ, ଅଶୋକ କୁମାର ବେହେରା ଏବଂ ଲାଲ୍ଟ କିଶୋର ସ୍ୱାଇଁ।

ସମ୍ବନ୍ଧିତ ଖବର