ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ଲାଗି ଖୋର୍ଧା ଦଳ ଚୟନ

ଭୁବନେଶ୍ବର: ଖୋର୍ଧା ଜିଲ୍ଲା ଆମେଚର ବଡି ବିଲ୍ଡର୍ସ ସଂଘ ପକ୍ଷରୁ ବରି‌ଷ୍ଠ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (ମିଷ୍ଟର ଓଡ଼ିଶା-୨୦୧୯) ପାଇଁ ଖୋର୍ଧା ଦଳ ରବିବାର ଘୋଷିତ ହୋଇଛି। ଏଥିଲାଗି ଶନିବାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଧା ଜିଲ୍ଲାର ୩୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ବର୍ଗର ଦୁଇ ଶ୍ରେଷ୍ଠ ଖେଳାଳିଙ୍କୁ ଆସନ୍ତା ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ବଲାଙ୍ଗୀରରେ ହେବାକୁ ଥିବା ବରିଷ୍ଠ ରାଜ୍ୟ ପ୍ରତିଯୋଗିତା ଲାଗି ଚୟନ କରାଯାଇଛି ବୋଲି ସଂଘର ସଭାପତି ମହମ୍ମଦ କୁତବୁଦ୍ଦିନ୍‌ ପ୍ରକାଶ କରିଛନ୍ତି।

ଦଳ: ଅକ୍ଷୟ କୁମାର ନାୟକ, ରାକେଶ ନାୟକ (୫୫ କେଜି), ସତ୍ୟବ୍ରତ ମହାନ୍ତି, ଜଗନ୍ନାଥ ନାୟକ (୬୦ କେଜି), ବ୍ରଜକିଶୋର ବେହେରା, ଅବିନାଶ ଷଣ୍ଢ (୬୫ କେଜି), ପ୍ର‌ମୋଦ କୁମାର ସ୍ବାଇଁ, ବଳରାମ ଲେଙ୍କା (୭୦ କେଜି), ଅଭିଷେକ କର, ସୋନୁ ଶ୍ରେଷ୍ଠ (୭୫ କେଜି), ରାଇ ମୋହନ ନାୟକ (୮୦ କେଜି), କୁମାର ମହାରାଣା (୯୦ କେଜି)।

ସମ୍ବନ୍ଧିତ ଖବର