ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ନାବାଳିକାକୁ ଅପହରଣ ପରେ ୧୫ ଦିନ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଲକ୍ଷ୍ମୀସାଗର ଥାନା ଅଧୀନ ଉପରସାହିର ରମାକାନ୍ତ ସାହୁ ଓରଫ କାଳିଆକୁ ଆଜି ଗିରଫ କରିଛି। ବାଲେଶ୍ବରର ରୟାଲ କୁଇନ୍‌ ମଣ୍ଡପରୁ ଉଭୟଙ୍କୁ ଉଦ୍ଧାର କରାଯିବା ପରେ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପରେ ନାବାଳିକାକୁ ଶିଶୁ ସୁରକ୍ଷା ସମିତି ସମ୍ମୁଖରେ ଉପସ୍ଥାପନ କରାଯାଇଛି। ନାବାଳିବାକୁ ୧୪ ବର୍ଷ। ସେ ଟିଉସନ୍‌ ଯାଉଥିବା ବେଳେ ଯୁବକ ତାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଗତ ୧ ତାରିଖରେ ଏକ କାର୍‌ ଯୋଗେ ଅପହରଣ କରିନେଇଥିଲା। ସେବେଠାରୁ ନାବାଳିକାକୁ ନେଇ ଏହି ମଣ୍ଡପରେ ରଖି ଦୁଷ୍କର୍ମ କରୁଥିଲା। ମୋବାଇଲ ଟ୍ରାକିଂ ଜରିଆରେ ତାକୁ ଠାବ କରାଯିବା ପରେ ମଞ୍ଚେଶ୍ବର ପୁଲିସର ଏକ ସ୍ବତନ୍ତ୍ର ଦଳ ସେଠାରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସକ୍ଷମ ହୋଇଛି। ପ୍ରଥମେ ହୋଇଥିବା ଅପହରଣ ମାମଲା ପରେ ପୋକ୍ସା ଆଇନ ବଳରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ମଞ୍ଚେଶ୍ବର ପୁଲିସ କହିଛି।

ସମ୍ବନ୍ଧିତ ଖବର