‌‌କେଏମ୍‌ବିବି ବିଜ୍ଞାନ ମହାବିଦ୍ୟାଳୟ‌ରେ ଶିଶୁ ଦିବସ

ଭୁବନେଶ୍ୱର: କେଏମ୍‌ବିବି ବିଜ୍ଞାନ ମହାବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନଷ୍ଠାନର ନିର୍ଦ୍ଦେଶକ ଡ. ଧନଦାକାନ୍ତ ମିଶ୍ର ‘ଜଳବାୟୁ ପରିବର୍ତ୍ତନ’ ଶୀର୍ଷକ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, କଳ କାରଖାନା ସଂଖ୍ୟା ବୃଦ୍ଧି, ଗାଡ଼ି ମଟର ଓ ଜଙ୍ଗଲ କାଟ ଯୋଗୁଁ ତାପମାତ୍ରା ବଢ଼ିବା ସହ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ଏଥିରୁ ରକ୍ଷା ପାଇବା ପାଇଁ ଯୁବପିଢ଼ିମାନେ ସଚେତନ ହେବା ଉଚିତ୍‌। କେଏମ୍‌ବିବି କ୍ୟାମ୍ପସ୍‌-୨ର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ପିଲାମାନଙ୍କୁ ଡ. ଏପିଜେ ଅବଦୁଲ କଲାମଙ୍କ ଉଦାହରଣ ଦେଇ ମନରେ ସକାରାତ୍ମକ ଚିନ୍ତାଧାରା ଆଣିବାକୁ ପରାମର୍ଶ ଦେଇଥିଲେ। ଏହାସହ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ନିର୍ଦ୍ଦେଶକ ଶ୍ରୀ ମିଶ୍ର ଏବଂ ଅଧ୍ୟକ୍ଷ ଶ୍ରୀ ସୂତାର ପୁରସ୍କୃତ କରିଥିଲେ। ଅଧ୍ୟାପିକା ଦେବସ୍ମିତା ଦାଶ, ରୋମାଲି ସୋନମ୍‌ ସମର୍ପିତା, ସନ୍ତୋଷ ସାହୁ ଓ ରାକେଶ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର