କେଏମ୍‌ବିବି ଛାତ୍ରଛାତ୍ରୀଙ୍କ ଆଇଏମ୍‌ଏମ୍‌ଟି ପରିଦର୍ଶନ

ଭୁବନେଶ୍ୱର: କେଏମ୍‌ବିବି ଜୁନିୟର୍‌ ସାଇନ୍‌ସ ଓ କେଏମ୍‌ବିବି ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ସୋମବାର ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ହୋଇଥିବା ସିଏସ୍‌ଆଇଆର୍‌ ପ୍ଲାଟିନମ୍‌ ଜୁବ୍‌ଲି ପ୍ରଦର୍ଶନୀ ବୁଲି ଦେଖିଥିଲେ। ସୁଲଭ ମୂଲ୍ୟରେ କିପରି ଆମେ ବିଶୁଦ୍ଧ ଓ ବିଶୋଧିତ ଦ୍ରବ୍ୟ ବ୍ୟବହାର କରିପାରିବା ସେ ସଂପର୍କରେ ସେଠାରେ ଉପସ୍ଥିତ ଗବେଷକମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ। ସେହିପରି ବିଭିନ୍ନ ସମୟରେ ଆମେ ସମ୍ନା କରୁଥିବା ଅତି କର୍କଶ ଶବ୍ଦକୁ ଆମେ କିପରି ପ୍ରତିରୋଧ କରିପାରିବା ସେ ସଂପର୍କରେ ସେଠାରେ ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଶେଷରେ ଇନ୍‌ଷ୍ଟିଚ୍ୟୁଟ ତରଫରୁ ଆୟୋଜିତ ହୋଇଥିବା ଏକ କୁଇଜ୍‌ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଭାଗ ନେଇ ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସରୋଜ ଦାସ, ଭବାନୀ ଶଙ୍କର ବେହେରା, ପ୍ରିୟଙ୍କା ପଟ୍ଟନାୟକ, ଅରୁନ୍ଧତୀ ଭୁୟାଁ ଓ ସସ୍ନେହ ଓଝା ଉପସ୍ଥିତ ଥିଲେ। ଆଗକୁ ଏପରି କାର୍ଯ୍ୟକ୍ରମରେ କେଏମ୍‌ବିବି ଜୁନିୟର ସାଇନ୍‌ସର ଛାତ୍ରଛାତ୍ରୀମାନେ ଭାଗ ନେବେ ବୋଲି କଲେଜର ଅଧ୍ୟକ୍ଷ ଡ. ଚିତ୍ତରଂଜନ ଭୋଇ ସୂଚନା ଦଇଛନ୍ତି।

ସମ୍ବନ୍ଧିତ ଖବର