ନିଜ ପିଲାଙ୍କ ପ୍ରତିଭାକୁ ଜାଣନ୍ତୁ : ନାଚ, ଗୀତରେ ଝୁମିଲେ ଶିଶୁ

‘ସମ୍ବାଦ’ ସହଯୋଗରେ ବ୍ଲୁସୁମ୍‌ ସ୍କୁଲ ଓ ଓଡିଏମ୍‌ ସ୍କୁଲ ପକ୍ଷରୁ ଶିଶୁ ଉତ୍ସବ

ଭୁବନେଶ୍ୱର : ବାପା, ମା’ଙ୍କ ଆକଟର ଭୟ ନଥିଲା। କି ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନାଲି ଆଖିର ଭୟ। ମନ ଭରି କୁନି କୁନି ଛାତ୍ରଛାତ୍ରୀ ନାଚ, ଗୀତରେ ଝୁମି ଉଠୁଥିଲେ। କିଏ ଖନେଇ ଖନେଇ ଗୀତ ଗାଇ ସଭିଙ୍କୁ ବାୟା କରୁଥିଲା ତ ଆଉ କିଏ ନିଜର ଅଣ୍ଟା ଭଙ୍ଗା ଚାଲିରେ ସମସ୍ତଙ୍କ ମନ ମୋହୁଥିଲା। ଶିଶୁମାନଙ୍କ ଖିଲି ଖିଲି ହସରେ ଫାଟି ପଡ଼ୁଥିଲା ସମଗ୍ର ପରିବେଶ। ଶହ ଶହ ଶିଶୁଙ୍କ କୋଳାହଳରେ ଏକ ଅନନ୍ୟ ପରିବେଶ ସୃଷ୍ଟି ହୋଇଥିଲା ମାଷ୍ଟର କ୍ୟାଣ୍ଟିନ୍‌ ସ୍ଥିତ ରିଲିଆନ୍‌ସ ସୁପର ଫୁଡ୍‌ କୋର୍ଟରେ। ଅବସର ଥିଲା ବ୍ଲୁସୁମ୍‌ ସ୍କୁଲ୍‌ ଓ ଓଡିଏମ୍‌ ପବ୍ଲିକ ସ୍କୁଲ ପକ୍ଷରୁ ‘ସମ୍ବାଦ’ର ମିଳିତ ସହଯୋଗରେ ଶିଶୁ ଦିବସର ଦିନକ ପୂର୍ବରୁ ଆୟୋଜିତ ‘ନିଜ ଶିଶୁଙ୍କ ପ୍ରତିଭାକୁ ଚିହ୍ନନ୍ତୁ’ (ନୋ ୟୋର୍‌ ଚାଇଲ୍‌ଡ ବେଟର) କାର୍ଯ୍ୟକ୍ରମ।

ଲାଗୁଥିଲା ସତେ ଯେମିତି ପିଲାଙ୍କ ଦେହରେ ପର ଲାଗି ଯାଇଛି। ସେମାନେ ଉଡ଼ି ବୁଲୁଥିଲେ ପରି ରାଇଜରେ। ପିଲାଙ୍କ ମନଖୋଲା ହସ ଓ ଅଧାବୁଝା ଅଭିବ୍ୟକ୍ତି, ନାଚଗୀତ ସେମାନଙ୍କ ଅଭିଭାବକଙ୍କୁ ଖୁସିରେ ବିଭୋର କରିଥିଲା। ରେଡି ରେଡି ତୁ ରେଡି, ଅଭିତୋ ପାର୍ଟି ସୁରୁ ହୁଆ ହୈ.. ଆଦି ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ଯାଦୁଗର ଏସ୍‌. ଦାସଙ୍କ ମ୍ୟାଜିକ୍‌ରୁ ଖୁବ୍‌ ମଜା ନେଇଥିଲେ ପିଲାମାନେ। ଶିଶୁମାନଙ୍କ ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ଆୟୋଜକ ସଂସ୍ଥା ପକ୍ଷରୁ ଉତ୍ସବ ଶେଷରେ ସମସ୍ତ ପ୍ରତିଯୋଗୀୁଙ୍କୁ ଉପହାର ପ୍ରଦାନ କରାଯାଇଥିଲା।

ନିଜ ପିଲାଙ୍କ ନୃତ୍ୟ ଦେଖି କିଛି ବାପା, ମା’ ମଧ୍ୟ ନିଜକୁ ରୋକି ପାରିନଥିଲେ। ପିଲାଙ୍କ ହାତ ଧରି ତାଙ୍କ ପାଦ ସହ ପାଦ ମିଳାଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା। ନାଚଗୀତ ସହ ପିଲାମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅଭିଭାବକଙ୍କୁ ସଚେତନ କରିବା ପାଇଁ ‘ନିରୋଗ ଶିଶୁ’ ଅନୁଷ୍ଠାନର ଡ. ଏନ୍‌.ଏମ୍‌ ଜେନା ଯୋଗ ଦେଇଥିଲେ। ପିଲାମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅଭିଭାବକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ରଖିଥିଲେ।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ଚିଫ୍‌ ଅପରେଟିଂ ଅଫିସର କମଳାକାନ୍ତ ମହାପାତ୍ର, ଚିଫ୍‌ ମାର୍କେଟିଂ ଅଫିସର୍‌ ରାଜୀବ ଶ୍ରୀବାସ୍ତବ, ହର୍ଫ ସାଲୁଜା, ବ୍ଲୁସୁମ୍‌ ସ୍କୁଲର ପ୍ରତିଷ୍ଠାତା ନିର୍ଦେଶିକା ନାଦିଆ ମୋଘ୍‌ବେଲ୍‌ପୁର୍‌, ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ରିଲିଆନ୍‌ସ ସୁପର୍‌ର ମୁଖ୍ୟ ଓମ୍‌ ପ୍ରକାଶ ଦାଶ, ଜାବବୋର୍ଡ ଆୟୁର୍ବେଦିକ ହେୟାର ଅଏଲ୍‌ର ଏମ୍‌.ଡି ପ୍ରୀତି ମାଝୀ, ଏସିଆନ୍‌ ଆବାକ୍‌ସ ଏମ୍‌.ଡି ରବୀନ୍ଦ୍ର ଗୌଡା, ନିର୍ଦେଶିକା ଗୀତାଞ୍ଜଳି ଗୌଡା, ଗୁରୁକୁଲମ୍‌ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ସୁବର୍ଣ୍ଣା ରାଉତ, ‘ସମ୍ବାଦ’ର ଡିଜିଏମ୍‌ (ବିଜ୍ଞାପନ) କଲ୍ୟାଣେନ୍ଦୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ବିଜ୍ଞାପନ ବିଭାଗର ସହଯୋଗୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏସିଆନ୍‌ ଆବାକ୍‌ସ, ଗୁରୁକୁଲମ୍‌, ଜାବୋର୍ଡ ଆୟୁର୍ବେଦିକ ହେୟାର ଅଏଲ୍‌ କାର୍ଯ୍ୟକ୍ରମ ପ୍ରାୟୋଜକ ଥିବା ଏହି କାର୍ଯ୍ୟକ୍ରମକୁ ଫୁଡ୍‌ କୋର୍ଟ, ଦ କଙ୍ଗାରୋ, କୁକୁଜ୍‌, ଜନୋସିସ୍‌ ଏନ୍‌ହାନସିଂ କମ୍ୟୁନିକେସନ୍‌, ଭି ଗାର୍ଡ, ରାଜ୍‌ ଇଲୋକଟ୍ରନିକ୍ସ, ନିରୋଗ ଶିଶୁୁ, ପୂର୍ଣ୍ଣିମା, ମନ୍‌ ଫୁଲ୍‌ ଛତୁଆ, ଜାେଓ୍ଵଦ ହବିବ୍‌ ପ୍ରମୁଖ ଅନୁଷ୍ଠାନ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର