ଏକୈକ-୩ରେ କୃଷ୍ଣ ବନ୍ଦନା

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟଶିଳ୍ପୀ ଦୀପ୍ତିମୟୀ ସାହୁଙ୍କ ପାଦର ନୂପୁର ଶବ୍ଦରେ ଝୁମି ଉଠିଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ। ଓଡ଼ିଶୀ ନୃତ୍ୟର ପରମ୍ପରା ରକ୍ଷା ପୂର୍ବକ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ପରିକଳ୍ପନାର ୩ଟି ନୂତନ ନୃତ୍ୟ କୃଷ୍ଣ ବନ୍ଦନା, ସାଭିନୟ ମଙ୍ଗଳ ପଲ୍ଲବୀ ଓ ମୋକ୍ଷ ଆଦିକୁ ସେ ମୁଖର ଆକର୍ଷଣୀୟ ଠାଣି, ହାତର ମୁଦ୍ରା ଓ ପାଦର ଛନ୍ଦରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ଅବସର ଥିଲା ଓଡ଼ିଶୀ ନୃତ୍ୟାନୁଷ୍ଠାନ ‘ତ୍ରିଧାରା’ ଓ ବ୍ରହ୍ମପୁର ଦେବପ୍ରସାଦ କଳା ତୀର୍ଥର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକକ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ‘ଏକୈକ-୩’ର। ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ପରିକଳ୍ପନାରୁ ୨ଟି ସ୍ୱତନ୍ତ୍ର ନୃତ୍ୟ ‘ନବରସ’ ଓ ‘ଅଷ୍ଟପଦୀ’କୁ ସୁନ୍ଦର ଭାବେ ପରିବେଷଣ କରିଥିଲେ କୁମାରୀ ସାହୁ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ଓ ଶାସ୍ତ୍ରୀୟ ନୃତ୍ୟର ସମୀକ୍ଷିକା ତାପତି ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର