କୁମ୍‌କୁମ୍‌ ମହାନ୍ତି ପାଇ‌େଲ ଗୁରୁ ସହଦେବ ପାଢ଼ୀ ସମ୍ମାନ

ପାଳନ ହେଲା କୁମାର ଉତ୍ସବ

ଭୁବନେଶ୍ବର : ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ ଏକାଡେମି ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ‘କୁମାର ଉତ୍ସବ’ ପାଳିତ ହୋଇଯାଇଛି। କୁଆଁର ପୁନେଇ ଜହ୍ନ ଲୋ ଫୁଲ ବଉଳ ବେଣୀ… ଗଙ୍ଗା ସରସ ବସନ୍ତ, ଡାଲଖାଇ, ଗଣେଶ ବନ୍ଦନା ଓ ପାଇକ ବିଦ୍ରୋହ ପରି ଅନେକ ଗୀତାରେ ନୃତ୍ୟ ପରିବେଷଣ କରିଥିଲେ ଛାତ୍ରଛାତ୍ରୀ। ଏହି ସମସ୍ତ ଗୀତର ନିର୍ଦ୍ଦେଶନା ଦେଇଥିଲେ ସହଦେବ ପାଢ଼ୀ, ଆରତି କର, ଶୁଭଲକ୍ଷ୍ମୀ ପାଢ଼ୀ, ଆଶୁତୋଷ ପରିଜା ଓ ବିକ୍ରମ ସାମଲ । ଗୁରୁ ଉମେଶଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶନାରେ ଓ ତବଲା ବାଦକ ବିଜୟ ଜେନାଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନେ ତିନ୍‌ତାଲରେ ନୃତ୍ୟ ପରିବେଷଣ କରିଥିଲେ।

ଆଜିର ସଭାରେ ସଞ୍ଜୀବ ହେତା, ଅନ୍ନପୂର୍ଣ୍ଣା ଦାସ, ଶ୍ରଦ୍ଧାଞ୍ଜଳି ନାୟକ ଓ ଗୁରୁ ଧନେଶ୍ବର ସ୍ବାଇଁ ଅତିଥି ଭାବେ ଯେଗେଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ କୁମ୍‌କୁମ୍୍‌ ମହାନ୍ତିଙ୍କୁ ଓଡ଼ିଶୀ ନୃତ୍ୟ ‌େକ୍ଷତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଗୁରୁ ସହଦେବ ପାଢ଼ୀ ସମ୍ମାନ ପ୍ରଦାନ କରାଯାଇଥିଲା। ଉଡ୍ରର ସଭାପତି ବଟକୃଷ୍ଣ ତ୍ରିପାଠୀ, ଉଡ୍ରର କାର୍ଯ୍ୟନିର୍ବାହୀ ସଭ୍ୟ ଶରତ ରାଉତ, ନିର୍ଦେଶିକା ଶ୍ବେତା ପାଢ଼ୀ ସଭା ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର