ଫ୍ୟାନ୍‌ରେ ଝୁଲି ଶ୍ରମିକଙ୍କ ଆତ୍ମହତ୍ୟା

ଖଣ୍ଡଗିରି : ବୁଧବାର ଅପରାହ୍ଣରେ ତମାଣ୍ଡୋ ଅଞ୍ଚଳର ଜଣେ ଶ୍ରମିକ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗଞ୍ଜାମ କବିସୂର୍ଯ୍ୟନଗରର ଜି ପରମେଶ୍ବର ରାଓ(୩୮)। ବେକରେ ଗାମୁଛା ବାନ୍ଧି ସେ ଫ୍ୟାନ୍‌ରେ ଝୁଲିପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପାରିବାରିକ କଳହରୁ ସେ ଏଭଳି କାଣ୍ଡ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତମାଣ୍ଡୋ ଥାନା ମୃତଦେହ ଜବତ କରି ଭୁବନେଶ୍ବର ଏମ୍‌ସରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରମେଶ୍ବର ପ୍ରାୟ ବର୍ଷେ ହେଲା ପରିବାର ସହ ତମାଣ୍ଡୋରେ ରହି ଶ୍ରମିକଭାବେ ପରିବାର ଭରଣପୋଷଣ କରୁଥିଲେ।

ସମ୍ବନ୍ଧିତ ଖବର