ଭୁବନେଶ୍ୱର: ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ଧୀରୁକୁଟୀ ବସ୍ତି ନିକଟରେ ଶୁକ୍ରବାର ରାତିରେ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଜଇନୁଲ ଆବେଦିନ୍‌ ଖାଁଙ୍କ ଘରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ସେ ଖୋର୍ଦ୍ଧା ଜିଲ୍ଲାସ୍ଥିତ ନିଜ ଚୂଡ଼ା ଗାଁକୁ ସେ ଏକ ଜରୁରିକାଳୀନ କାମରେ ଯାଇଥିବା ବେଳେ, ଏହାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଲୁଟ କରିଥିଲେ। ଆବେଦିନ୍‌ଙ୍କ ଘରୁ ନଗଦ ୨୦ ହଜାଟ ଟଙ୍କା, ଟିଭି, ସୁନା ଓ ରୂପା ଗହଣା ଲୁଟ୍‌ ହୋଇଛି। ଏ ବାବଦରେ ସାହି ପଡ଼ିଶା ଲେକେ ଆବେଦିନ୍‌ଙ୍କୁ ଶନିବାର ସକାଳୁ ମୋବାଇଲ୍‌ ଫୋନ୍‌ ଯୋଗେ ସୂଚନା ଦେଇଥିଲେ। ଆବେଦିନ୍‌ଙ୍କ ଦ୍ୱାରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର