ଲାଲଚନ୍ଦର ରଜସୁନ୍ଦରୀ-୨୦୧୮

ଭୁବନେଶ୍ୱର: ଲାଲଚନ୍ଦ ଓ ରେଡିଓ ଚକଲେଟର୍‌ ମିଳିତ ଆନୁକୂଲ୍ୟରେ ଲାଲଚନ୍ଦ ରଜସୁନ୍ଦରୀ-୨୦୧୮ ଜୁନ୍‌ ୧୨ରୁ ପାଳିତ ହେଉଛି। ଲାଲଚନ୍ଦର ମାଷ୍ଟର କ୍ୟାଣ୍ଟିନ୍‌ ପରିସରରେ ଏହା ଜୁନ୍‌ ୧୬ ଯାଏ ଚାଲିବ। ପ୍ରତ୍ୟେକ ସନ୍ଧ୍ୟାରେ ପରିବାର ସହ ଲାଲଚନ୍ଦକୁ ସପିଙ୍ଗ କରିବାକୁ ଆସିଥିବା ଝିଅ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଚକ୍‌ଲେଟ୍‌ ଆରଜେମାନଙ୍କ ସହ ରଜସୁନ୍ଦରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଝିଅ ମାନେ ସେଲ୍‌ଫି ଉଠାଇ ରେଡିଓ ଚକଲେଟ ଏବଂ ଫେସ୍‌ବୁକ ପେଜ୍‌ରେ ଟ୍ୟାଗ କରିବେ। ଅଂଶଗ୍ରହଣ କରଥିବା ପ୍ରତିଯୋଗୀମାନଙ୍କ ଭିତରେ ଜଣେ ହେବେ ରଜସୁନ୍ଦରୀ। ରେଡିଓ ଚକ୍‌ଲେଟ୍‌ ତରଫରୁ ଆରଜେ ନିଲ, ଆରଜେ ଅନିଲ, ଆରଜେ କୋମଲ, ଆରଜେ ନିଭି, ଆରଜେ ଅବକାଶ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଲାଲଚନ୍ଦ ପରିବାର ତରଫରରୁ ସିଏଫ୍‌ଓ କିସନ ଲାଲ ଗୁପ୍ତା, ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରଶ୍ମିରଂଜନ ପ୍ରଧାନ, ରୋଜାଲିନ୍‌ ବେହୁରା, ତପସ୍ୱିନୀ ଦାସ, ବ୍ୟୋମକେଶ ପ୍ରଧାନ, ତାପସ ପାଣିଗ୍ରାହୀ, ମଧୁସୂଦନ ସାହୁ ପ୍ରତିଯୋଗିତାରେ ସହାୟତା କରିଛନ୍ତି। ରଜ ସୁନ୍ଦରୀ-୨୦୧୮ର ହସ୍‌ପିଟାଲିଟି ପାର୍ଟନର ଅଛନ୍ତି ହୋଟେଲ ଦ ନିଉ ମ୍ୟାରିଅନ୍‌।

ସମ୍ବନ୍ଧିତ ଖବର