ଆସନ୍ତା ୧୫ରୁ ବିଜେବି କଲେଜ୍‌ରେ ଲାପ୍‌ଟପ୍‌ ବଣ୍ଟନ

ଭୁବନେଶ୍ବର: ଖୋର୍ଧା ଜିଲ୍ଲାରେ ୨୦୧୮ ମସିହାରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମନୋନୀତ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଲାପ୍‌ଟପ୍‌ ବଣ୍ଟନ କରାଯିବ। ଆସନ୍ତା ୧୫ ତାରିଖଠାରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଲାପ୍‌ଟପ୍ ବଣ୍ଟାଯିବ। ଏହା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ‌ ବୋଲି କଲେଜ୍‌ର ଅଧ୍ୟକ୍ଷ ଜଣାଇଛନ୍ତି। ସବିଶେଷ ବିବରଣୀ ପାଇଁ ମହାବିଦ୍ୟାଳୟର ୱେବ୍‌ସାଇଟ୍‌ ଦେଖିବାକୁ ସୂଚନା ଦିଆଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ସମ୍ବନ୍ଧିତ ଖବର