ବାଲିପାଟଣା: ବାଲିପାଟଣା ବ୍ଲକର ୧୨୪ଟି ମତଦାନ କେନ୍ଦ୍ରରେ ଭୋଟ ପାଇଁ ଆଜି ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଲାଗିଥିଲା। ବହୁ ସ୍ଥାନରେ ଆଜି ଭୋଟି˚ ମେସିନ ଅଚଳ ହେବା କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି। କାଁ ଭାଁ ସ୍ଥାନକୁ ଛାଡ଼ିଦେଲେ, ବ୍ଲକରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ବାରହଳର ୧୯୫,୧୯୬, ଖୁଲିସର୧୫୮ ଓ ମଝିହରାର୧୫୩ନ˚ ବୁଥରେ ମେସିନ ଅଚଳ ପାଇଁ ମତଦାନ ବିଳମ୍ବିତ ହୋଇଥିଲା। ବାରହଳର ୧୯୬ନ˚ ବୁଥ୍ରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଭୋଟି˚ ଆରମ୍ଭ ହୋଇଥିଲା। ନିର୍ବଚାନ ପରିଚାଳନା ଦାୟିତ୍ବରେ ଥିବା ତହସିଲଦାର ପ୍ରାଚୀ ମହାପାତ୍ରଙ୍କ ସୂଚନା ମୁତାବକ ରାତି ୮ଟା ପର୍ଯ୍ୟନ୍ତ ରାଜସର୧୯୧,୧୯୩ ଓ ବିଶ୍ବନାଥପୁର ୧୦୨ନ˚ ବୁଥ୍ରେ ମତଦାନ ଚାଲୁଥିଲା। ଭୋଟ କେନ୍ଦ୍ରରେ ନିୟୋଜିତ ସ୍ବଚ୍ଛାସେବୀଙ୍କ କାର୍ଯ୍ୟ ଖୁବ ପ୍ରଶ˚ସନୀୟ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଜନତା ମୁହାଁମୁହିଁ
ବାଲିପାଟଣା ବ୍ଲକ ଅନ୍ତର୍ଗତ ବିଶ୍ବନାଥପୁର ୧୦୨ନ˚ ବୁଥରେ ଭୋଟ୍ଦାନ ଚାଲୁଥିବା ସମୟରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। କେତେକ ଭୋଟର୍ ଅଭିଯୋଗ କରିଛନ୍ତି, ବୁଥରେ ପ୍ରବଳ ଭିଡ଼ ଜମିଥିଲା। ସେଥିପାଇଁ ବୁଥକୁ ଲାଗି ବାହାର ସ୍ଥାନରେ ସେମାନେ ଅପେକ୍ଷା କରିଥିଲେ। ହଠାତ ଜଣେ ପୁଲିସ ଅଫିସର ଭୋଟ୍ କେନ୍ଦ୍ର ନିକଟରେ ପହଞ୍ଚି ଦବଙ୍ଗଗିରି ଦେଖାଇଥିଲେ। ମହିଳା ଓ ପୁରୁଷଙ୍କୁ ଗାଳିଗୁଲଜ କରିବା ସହ ଚଉକି ଫୋପଡ଼ା ଫିଙ୍ଗା କରିଥିଲେ। ଘଟଣାକୁ ନେଇ ଉକ୍ତ ପୁଲିସ ଅଫିସରଙ୍କୁ ଶହଶହ ଲୋକେ ଘେରି ଯାଇଥିଲେ। ବିଚରା ପୁଲିସ ଅଫିସର ଜଣକ ହଟହଟା ହୋଇଥିଲେ। ସ୍ଥାନୀୟ ନେତୃବୃନ୍ଦ, ବାଲିପାଟଣା ପୁଲିସ, ନିର୍ବାଚନ ପରିଚାଳନା କରୁଥିବା ଅଫିସର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।