ଲେଜର୍ ସୋ’ ଉଦ୍‌ଘାଟନ ୧୮ରେ, ମାର୍କେଟ୍‌ କମ୍ପ୍ଲେକ୍ସ, ଯାତ୍ରୀନିବାସ ବି ଖୋଲିବ

ଭୁବନେଶ୍ବର: ବିନ୍ଦୁସାଗରରେ ବହୁ ପ୍ରତୀକ୍ଷିତ ଲେଜର୍ ସୋ’ ଆସନ୍ତା ୧୮ ତାରିଖରେ ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କା ବ୍ୟୟବରାଦରେ ହୋଇଥିବା ଏହି ପ୍ରକଳ୍ପକୁ ଗତ ସପ୍ତାହରେ ପରୀକ୍ଷାମୂଳକ ଭାବେ ଚାଲୁ କରାଯାଇଥିଲା। ଯଦିଓ ଏଥିରେ ସଂଳାପ ଯୋଡ଼ା ଯାଇନାହିଁ, କେବଳ ମ୍ୟୁଜିକ୍‌ରେ ଏହାକୁ ଚାଲୁ କରାଯିବ। ପରବର୍ତ୍ତୀ ସମୟରେ ସଂଳାପ ଯୋଡ଼ାଯିବ। ଲେଜର୍ ସୋ‌’ ବାଦ୍ ସେଠାରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ଓ ଯାତ୍ରୀନିବାସ ମଧ୍ୟ ସେହିଦିନ ଉଦ୍‌ଘାଟିତ ହେବ। ତଳ ଦୁଇ ମହଲାରେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା ‌ବେଳେ ଉପର ମହଲାରେ ଯାତ୍ରୀ ନିବାସ ରହିଛି। ପର୍ଯ୍ୟଟନ ବିଭାଗର ଆର୍ଥିକ ଅନୁଦାନରେ ଏହା ନିର୍ମାଣ କରାଯାଇଛି। ସେହିପରି ୪୦ ଲକ୍ଷ ଟଙ୍କା ବ୍ୟୟରେ ରଥରୋଡ୍‌ର ଆଲୋକୀକରଣ କାର୍ଯ୍ୟ ମଧ୍ୟ ଉଦ୍‌ଘାଟିତ ହେବ। ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏସବୁ ପ୍ରକଳ୍ପ ମାଧ୍ୟମରେ ଏହାକୁ ନୂଆ ରୂପ ଦିଆଯାଉଛି ବୋଲି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର