କ୍ୟାପିଟାଲ ହସ୍ପିଟାଲରେ ଜଳିଲା ଏଲଇଡି ଲାଇଟ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜି ବହୁ ପ୍ରତୀକ୍ଷିତ ଏଲ୍‌ଇଡି ଲାଇଟର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଉଦ୍‌ଘାଟନ କରିଛନ୍ତି। ଏବେ ହସ୍ପିଟାଲରେ ୮୫ଟି ଏଲଇଡି ଲାଇଟ୍‌ ଲଗାଯାଇଛି। ହସ୍ପିଟାଲର ବଳକା ସ୍ଥାନଗୁଡ଼ିକରେ ଖୁବଶୀଘ୍ର ଲାଇଟ୍‌ର ବ୍ୟବସ୍ଥା କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଲାଇଟ୍‌ ନ ଥିବା ଯୋଗୁଁ ରୋଗୀ ଓ ରୋଗୀ ଆଟେଣ୍ଡାଣ୍ଟଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେଣୁ ଗତ ରୋଗୀ କଲ୍ୟାଣ ସମିତି ବୈଠକରେ ହସ୍ପିଟାଲରେ ଏଲଇଡି ଲାଇଟ୍‌ ଲଗାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହସ୍ପିଟାଲର ବଛା ବଛା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ଲାଇଟ୍‌ ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ, ଏମ୍‌ସିଏଚ୍‌ ବିଲ୍ଡିଂ, ପ୍ରଶାସନିକ ବିଲ୍ଡିଂ, କାଜୁଆଲ୍‌ଟି ଓ ଅନ୍ୟାନ୍ୟ ସ୍ଥାନରେଏହି ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରାଯାଇଛି।

ଆଜିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ, ଅଧୀକ୍ଷକ ଡା.ଏମ୍‌ଆର ଦାସ, ଉପ-ଅଧୀକ୍ଷକ ଡା.ଧନଞ୍ଜୟ ଦାସ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର