ରାଜଧାନୀରେ କଲରାପତରିଆ ବାଘକୁ ଧରିବା ପାଇଁ ବସା ଯାଇଥିବା ଯନ୍ତାରେ ଛଡାଯିବ ଛେଳି ଓ କୁକୁଡା, ଗତିବିଧି ତଦାରଖ ପାଇଁ ଲଗାଯାଇଛି ୧୦ଟି ଟ୍ରାପ୍‌ କ୍ୟାମେରା

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପ୍ରବେଶ କରିଥିବା ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ନନ୍ଦନକାନନ ଓ ଓୟୁଏଟିର ସତନ୍ତ୍ର ବିଶେଷଜ୍ଞ ଦଳ ଫେରି ଆସିଛନ୍ତି। ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ ଧରିବାକୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ଜାରି ରହିଛି। ଏହି ବାଘକୁ ଧରିବା ପାଇଁ ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅପରେସନ୍‌ ଜାରି ରଖିଛନ୍ତି। ଏଯାବତ୍‌ ବାଘର କୌଣସି ସୁରଖ ମିଳି ପାରି ନାହିଁ। ତେଣୁ ବାଘକୁ ଧରିବା ପାଇଁ ଯନ୍ତା ବସା ଯାଇଛି। ଏହି ଯନ୍ତାରେ ଛେଳି ଓ କୁକୁଡା ରଖା ଯାଇ ବାଘକୁ ଆକର୍ଷିତ କରାଯିବାର ଯୋଜନା ରହିଛି। ଏଥିସହିତ ବାଘର ଗିତିବିଧି ତଦାରଖ ପାଇଁ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି।

ସୂଚନାଯୋଗ୍ୟ, ରବିବାର ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପଶି ଆସିଥିବା ଖବର ମିଳିଥିଲା। ଏହାପରେ ବାଘଟି ରାସ୍ତା ଅତିକ୍ରମ କରି ଈ-୭/୧ ପ୍ଲଟ୍‌ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ ଦୁଆର ମୁହଁରେ ବସିଥିଲା। କିଛି ସମୟ ପରେ ବାଘଟି ଛାତ ଉପର ଦେଇ ଚମ୍ପଟ ମାରିଥିଲା। ଏହି ଘରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର