ଏଲ୍‌ଆଇସି ଅଫିସର ସ˚ଘର ତୃତୀୟ ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ରାଷ୍ଟ୍ରୀୟ ବୀମା ଅଧିକାରୀ ସ˚ଗଠନ ଭୁବନେଶ୍ବର ମଣ୍ତଳର ତୃତୀୟ ବାର୍ଷିକ ସମ୍ମିଳନୀ ହୋଟେଲ୍‌ ଶୀତଲଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଓଡ଼ିଶା ସ˚ଯୋଜକ ର˚ଜନ ଭାଇ ଓ ଉପଦେଷ୍ଟା ଅଶ୍ବିନୀ ପଲାଇ ଯୋଗଦେଇ ବୀମା କ୍ଷେତ୍ରର ବିଭିନ୍ନ ସମସ୍ୟା ସମ୍ପର୍କ‌ରେ ଆଲୋଚନା କରିଥିଲେ। ଭୁବନେଶ୍ବରରେ ଏକ ଅଡିଟ୍‌ ଅଫିସ୍‌, କଟକ ଭୁବନେଶ୍ବର ବଦଳି ଗ୍ରାଣ୍ଟ୍‌, ଆଉ ଏକ ପେନସନ୍‌ ସୁବିଧା ଏବ˚ ବେତନ ସ˚ଶୋଧନ ଦାବିକୁ ବୈଠକରେ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରୀୟ ବୀମା ଅଧିକାରୀ ସଂଗଠନ ଭୁବନେଶ୍ବର ମଣ୍ତଳର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ସଭାପତି ଭାବେ ଅଜୟ ଦାସ, ଉପସଭାପତି ବିଜୟ ମହାପାତ୍ର, ସହ ସ˚ଗଠନ ସମ୍ପାଦକ ସରୋଜ ଓଟା, ସ˚ଗଠନ ସମ୍ପାଦକ ହରିବନ୍ଧୁ ପ୍ରହରାଜ, ସହ ସ˚ଗଠନ ସମ୍ପାଦକ ଉମାକାନ୍ତ ନନ୍ଦ, ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି, ସହ ସମ୍ପାଦକ ଆଇଟି ସୁଶୀଲ ମହାନ୍ତି, କୋଷାଧୢକ୍ଷ ଅମ୍ବିକା ପ୍ରସାଦ ପଟ୍ଟନାୟକ ଏବ˚ ଵାଇ ନାଗରାଣୀ ଅଡିଟର୍ ଭାବେ ନିର୍ବାଚିତ ହୋଇଥିଲେ। ଶେଷରେ କୃଷ୍ଣଚନ୍ଦ୍ର ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର