ରାତିରେ ହଳଦୀ ମିଶା କ୍ଷୀର ନିହାତି ପିଏ: ଅନୁ ଚୌଧୁରୀ

ଫିଟ୍‌ନେସ୍‌ ମନ୍ତ୍ର

ଓଲିଉଡ୍‌ର ବିଉଟି କ୍ୱିନ୍‌ ଅନୁ ଚୌଧୁରୀ ନିଜ ଅଭିନୟର ପରାକାଷ୍ଠା ତଥା ରୂପର ଯାଦୁରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୩୮ ବର୍ଷ ବୟସରେ ଅନୁ ପାଦ ଥାପିଥିଲେ ବି ନିଜକୁ ଆଜି ବି ସେ ଚୁଲବୁଲି ନାୟିକା ଭାବେ ଉପସ୍ଥାପିତ କରିପାରନ୍ତି। ନିଜକୁ ଫିଟ୍‌ ରଖିବା ପାଇଁ ସେ ନିୟମିତ ଯୋଗ କରିବା ସହ ପ୍ରାତଃଭ୍ରମଣରେ ଯାଆନ୍ତି। ସକାଳୁ ଉଠି ପ୍ରତିଦିନ ଗରମ ପାଣି ପିଉଥିବା ବେଳେ ପ୍ରାତଃଭୋଜନ ପେଟ ଭରି ଖାଆନ୍ତି। ଏଥିରେ ସେ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତି। ମଧ୍ୟାହ୍ନ ଭୋଜନ ତାଲିକାରେ ଦହି ତାଙ୍କର ନିହାତି ଥାଏ। ପୁଣି ରାତି୍ର ଭୋଜନ ରାତି ୮ଟା ସୁଦ୍ଧା ସାରିବା ସହ ରାତିରେ ହଳଦୀ ମିଶା କ୍ଷୀର ପ୍ରତିଦିନ ପିଅନ୍ତି। ସେ କୁହନ୍ତି, ସୁସ୍ଥ ଓ ସୁନ୍ଦର ଶରୀର ପାଇଁ ଘର ତିଆରି ଖାଦ୍ୟ ହିଁ ସର୍ବୋତ୍ତମ। ଅନୁ ଜଙ୍କ୍‌ ଫୁଡ୍‌, ଥଣ୍ଡା ପାଣି ଓ ମୃଦୁ ପାନୀୟ କେବେ ବି ଗ୍ରହଣ କରନ୍ତି ନାହିଁ। ଏହାସହ ପ୍ରତିଦିନ ପ୍ରଚୁର ପାଣି ପାଇବା ପାଇଁ ସେ ପରାମର୍ଶ ଦିଅନ୍ତି। ତ୍ୱଚାକୁ ଚମକ୍‌ଦାର୍‌ ତଥା କୋମଳ କରିବା ପାଇଁ ସେ ଅମୃତଭଣ୍ଡା ପ୍ୟାକ୍‌, କଦଳୀ ଓ ମହୁ ପ୍ୟାକ୍‌, ଟମାଟୋ ଆଦି ବ୍ୟବହାର କରିବା ଭଲ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର