ଭୁବନେଶ୍ବର: ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଲୁପ୍ତପ୍ରାୟ ଲୋକକଳାର ୭୪ତମ ସଂଧ୍ୟା ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଗଡ୍ ମେକର ସଂସ୍ଥା ପକ୍ଷରୁ ଲୀଳା କୀର୍ତ୍ତନ ‘ନିମାଇଁ ସନ୍ନ୍ୟାସ’ ପରିବେଷିତ ହୋଇଥିଲା। ଶ୍ରୀଚୈତନ୍ୟଙ୍କ ସନ୍ନ୍ୟାସ ଗ୍ରହଣ ସମୟର ଦୃଶ୍ୟାବଳୀକୁ ନେଇ ଆଧାରିତ ହୋଇଥିଲା ଗୀତାଭିନୟ ‘ନିମାଇଁ ସନ୍ନ୍ୟାସ’। ପ୍ରଭୁଙ୍କ ଏହି ଗୂଢ଼ତତ୍ତ୍ବମୟ ଲୀଳାକୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ସଂକୀର୍ତନାତ୍ମକ ବର୍ଣ୍ଣନା ଚାତୁରୀରେ ଚିତ୍ରିତ କରିଛନ୍ତି। ଆଜି ପରିବେଷିତ ଏହି ଲୀଳା କୀର୍ତନକୁ ଗୀତିକବି ସୁଶାନ୍ତ କୁମାର ପାଣି ନିର୍ଦ୍ଦେଶନା ଦେଇଥିଲେ। ସହଯୋଗ କରିଥିଲେ ବିଜୟ କୁମାର ଦାସ। କାର୍ଯ୍ୟକ୍ରମରେ ଭାରତୀୟ ବିଦ୍ୟାଭବନର ସହଯୋଗୀ ନିର୍ଦ୍ଦେଶକ ମନ୍ମଥ ଶତପଥୀ, ନିର୍ଦେଶକ ପି କେ ସାହୁ, ପୂର୍ବତନ ପ୍ରଶାସକ ଦୁର୍ଗାଚରଣ ସାହୁ ଓ ନାଟ୍ୟବିତ୍ ଅନନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଲୀଳା କୀର୍ତ୍ତନ ‘ନିମାଇଁ ସନ୍ନ୍ୟାସ’
/sambad/media/post_attachments/wp-content/uploads/2019/06/Untitled-14-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)