ଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ବାହାରିଲା ୪ଲକ୍ଷ ୬୯ହଜାର ଟଙ୍କା

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡି ଆଜି ଟ୍ରଷ୍ଟ ବୋର୍ଡଙ୍କ ସଭ୍ୟମାନଙ୍କ ଉପସ୍ଥିତିରେ ଖୋଳାଯାଇଥିଲା। ଏଥିରୁ ସମୁଦାୟ ୪ଲକ୍ଷ ୬୯ ହଜାର ୫୫୦ ଟଙ୍କା ଆୟ ହୋଇଛି। ତେବେ ସେଥିରୁ ଶ୍ରୀଲିଙ୍ଗରାଜଙ୍କ ନାଟ୍ୟ ମଣ୍ଡପରେ ଲାଗିଥିବା ହୁଣ୍ଡିରୁ ୪ ଲକ୍ଷ ୨୫ ହଜାର ୧୪୦ ଟଙ୍କା ବାହାରିଥିବା ବେଳେ ମା’ ପର୍ବତୀଙ୍କ ହୁଣ୍ଡିରୁ ୪୪ହଜାର ୪୧୦ଟଙ୍କା ବାହାରିଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି। ଏହି ଟଙ୍କାକୁ ଆଲ୍ଲାବାଦ ବ୍ୟାଙ୍କର ଟେମ୍ପଲ ବ୍ରାଞ୍ଚରେ ରଖାଯାଇଛି।

ସମ୍ବନ୍ଧିତ ଖବର