ଲିଟିଲ ଷ୍ଟାର ଗ୍ରୁପର ବ୍ୟକ୍ତିତ୍ୱ ବିକାଶ କର୍ମଶାଳା

ଭୁବନେଶ୍ୱର: ନିମାପଡ଼ାର ଶିଶୁ ବିକାଶ ଅନୁଷ୍ଠାନ ଷ୍ଟାର ଗ୍ରୁପ ପକ୍ଷରୁ ୧୫ତମ ବ୍ୟକ୍ତିତ୍ୱ ବିକାଶ କର୍ମଶାଳା ସ୍ଥାନୀୟ ଫାୟାର ଷ୍ଟେସନ୍‌ଠାରେ ଥିବା ପ୍ରୟାସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏନ୍‌ଆଇଟିର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ପରିଡ଼ା, ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର, ପ୍ରୟାସର ସଂପାଦକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ପିଲାମାନଙ୍କୁ ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଅବଗତ କରାଇଥିଲେ। ଏହି ଅବସରରେ ଲିଟିଲ ଷ୍ଟାର ଗ୍ରୁପର ପତ୍ରିକା ‘ମୋ ଆଶା’ର ଗ୍ରୀଷ୍ମ ସଂଖ୍ୟା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ୍‌ର ବିଭିନ୍ନ ସ୍କୁଲରୁ ପ୍ରାୟ ୪୦ଜଣ ପିଲା ଯୋଗ ଦେଇଥିଲେ। ଏଥିସହ ପିଲାମାନେ ଜାତୀୟ ବିଜ୍ଞାନ କେନ୍ଦ୍ର, ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, କମ୍ୟୁନିଟି ରେଡିଓ ଷ୍ଟେସନ୍‌ ଆଦି ବୁଲି ଦେଖିଥିଲେ। ଲିଟିଲ ଷ୍ଟାର ଗ୍ରୁପର ସଂପାଦକ ସୁମନ୍ତ ମହାରଣା, ଶିକ୍ଷୟିତ୍ରୀ ସୌଭାଗିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର