ଚନ୍ଦ୍ରଶେଖରପୁର: ସାରା ରାଜ୍ୟରେ ଲକ୍-ଡାଉନ୍ ଚାଲିଥିବା ବେଳେ ଶୁଦ୍ଧିକ୍ରିୟା କରିବା ପାଇଁ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ସହରାଞ୍ଚଳ ଭିତରେ ପୁଷ୍କରିଣୀ କିମ୍ବା କୌଣସି ପ୍ରକାର ଜଳାଶୟର ସୁବିଧା ନଥିବାରୁ ଗ୍ରାମାଞ୍ଚଳରେ ଥିବା ନଦୀ, ନାଳ ଓ ପୋଖରୀରେ ଶୁଦ୍ଧିକ୍ରିୟା କରିବା ପାଇଁ ସମ୍ପୃକ୍ତ ଗ୍ରାମର ଲୋକମାନେ ବାରଣ କରୁଛନ୍ତି। ଫଳରେ ଅଜବ ପରିସ୍ଥିତି ଦେଖାଯାଇଛି। ଆଜି ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ବାବୁଲି ଜେନା ନାମକ ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କୁ ନେଇ ବିଏମ୍ସି ପାଇପ୍ ପାଣିରେ ସ୍ନାନ କରି ଦଶାହକର୍ମ କରିଛନ୍ତି। ପୁରୋହିତ ବାରଣ କରୁଥିଲେ ମଧ୍ୟ ପରସ୍ଥିତିରେ ପଡ଼ି ଗତ ଦୁଇ ଦିନ ମଧ୍ୟରେ ୩ଟି ମୃତକଙ୍କ ପରିବାର ଲୋକ ଏପରି ଦଶାହ କର୍ମ କରିଛନ୍ତି। ଅନ୍ୟପକ୍ଷରେ ଆଜି କନ୍ୟାଶ୍ରମ ଚୂନକୋଳି ବସ୍ତି ନିକଟରେ ଥିବା ଆପାର୍ଟମେଣ୍ଟ୍ ନିର୍ମାଣ ପାଇଁ ହୋଇଥିବା ପାଣିକୁଣ୍ଡରେ ଏମ୍ଆଇଜି କଲୋନିର ସୁବ୍ରତ କୁମାର ମହାରଣା ତାଙ୍କ ମା’ଙ୍କ ପିଣ୍ଡଦାନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ସେ ବିନ୍ଦୁସାଗରରେ ପିଣ୍ଡଦାନ କରୁଥିଲେ। ମାତ୍ର ଲକ୍-ଡାଉନ୍ ପାଇଁ ସେ କେଉଁଆଡ଼େ ଯାଇନପାରି ପାଣି କୁଣ୍ଡରେ ପିଣ୍ଡଦାନ କରିଛନ୍ତି। ଏହା ସହିତ ଉପଯୁକ୍ତ କର୍ମ ସାମଗ୍ରୀ ମିଳୁନଥିବାରୁ ସେ ସାଧାରଣ ଭାବେ ପିଣ୍ଡକାର୍ଯ୍ୟ କରିଥିବା ଜଣାପଡ଼ିଛି।
ଲକ୍ ଡାଉନ୍ ପ୍ରଭାବ: କୁଣ୍ଡରେ ପିଣ୍ଡ ଦାନ, ପାଇପ୍ ପାଣିରେ ଦଶାହ ସ୍ନାନ
/sambad/media/post_attachments/wp-content/uploads/2020/03/download-1-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)