ଲୋକକବି ଜଗନ୍ନାଥ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମି ଓ ଜଗନ୍ନାଥ ପାଣି ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଲୋକକବି ଜଗନ୍ନାଥ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଓଡ଼ିଶା ରାଜ୍ୟ ଅଭିଲେଖାଗାର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଜୟନ୍ତୀ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ନିତ୍ୟାନନ୍ଦ ଶତପଥୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ, ମୁଖ୍ୟବକ୍ତା ଭାବେ କବି ଉପେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ଲୋକନାଟ୍ୟର ସୃଜନ, ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଲୋକକବି ଜଗନ୍ନାଥ ପାଣିଙ୍କ ଅବଦାନ ଅତୁଳନୀୟ। ରୀତିଯୁଗୀୟ କାବ୍ୟଶୈଳୀ ଅନୁସରଣରେ ସେ ଛନ୍ଦନାଟ୍ୟ, ଚୌପଦୀ, ଚଉତିଶା ରଚନା କରି ନିଜର ଅସାଧାରଣ ସୃଜନଶୀଳତା ଓ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି। ତାଙ୍କର ସୃଷ୍ଟି-ସମ୍ଭାର ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ ବୋଲି ଅତିଥିମାନେ କହିଥିଲେ। ପ୍ରଦୀପ କୁମାର ପୂଜାପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର