ଘରଭଡ଼ା ନାଁରେ ଲୁଟୁଛନ୍ତି, ମାତିଛନ୍ତି ଦଲାଲ

ଭୁବନେଶ୍ୱର: ହୁସିଆର ଏବେ ଅନ୍‌ଲାଇନ୍‌ରେ ମାତିଛନ୍ତି ଦଲାଲ। ଟଙ୍କା ରୋଜଗାର ପାଇଁ ଆପଣାଇଛନ୍ତି ନୂଆ ପନ୍ଥା। ଘର ଭଡ଼ା ଦେବାକୁ କହି ଲୋକଙ୍କଠାରୁ ଲୁଟୁଛନ୍ତି ଟଙ୍କା। ଦଲାଲମାନେ ପ୍ରଥମେ ଘରମାଲିକଙ୍କୁ ଭେଟି ତାଙ୍କ ସାଙ୍ଗ ଘର ନେବ ବୋଲି କହୁଛନ୍ତି। ସାଙ୍ଗ ନିକଟକୁ ଘରର ଫଟୋ ପଠାଇବି କହି ଘରର କେତେକ ଫଟୋ ଉଠାଉଛନ୍ତି। କ୍ଲାସିଫାଏଡ୍‌ ସାଇଟ୍‌ରେ ଘରର ଫଟୋ ଦେଇ ନିଜକୁ ଘରମାଲିକ ବୋଲି ଦର୍ଶାଉଛନ୍ତି। ଲୋକମାନଙ୍କୁ ଏଭଳି ଭୂଆଁ ବୁଲାଇ ଲୁଟୁଛନ୍ତି। ଅଭିଷେକ ଧଳ ନାମକ ଜଣେ ଯୁବକ ଏଭଳି ଠକାମିର ଶିକାର ହେବା ପରେ ଘଟଣା ପଦାକୁ ଆସିଛି।

ସୂଚନା ମୁତାବକ, କିଛି ଦିନ ତଳେ ଅଭିଷେକ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଥିଲେ। ତେବେ ରହିବା ପାଇଁ ଘର ଖୋଜି ଖୋଜି ନୟାନ୍ତ ହୋଇଥିଲେ। ହେଲେ ତାଙ୍କୁ ସୁହାଇଲା ଭଳି ଘର ମିଳି ନଥିଲା। ତେଣୁ ଅନଲାଇନ୍‌ରେ ଥିବା କ୍ଲାସିଫାଏଡ୍‌ ସାଇଟ୍‌କୁ ଯାଇ ଘର ଖୋଜିଥିଲେ। ପସନ୍ଦ ହୋଇଥିବା ଘର ପାଇଁ ଦିଆଯାଇଥିବା ନମ୍ବରରେ କଥା ହୋଇଥିଲେ। ଘର ଭଡ଼ା ପାଇଁ କଲ୍‌ ପାଇବା ପରେ ଯୁବକଜଣଙ୍କ ଲୁଟିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଯୁବକଜଣଙ୍କ ପ୍ରଥମେ ଉକ୍ତ ଘରମାଲିକଙ୍କୁ ଭେଟି ତାଙ୍କ ସାଙ୍ଗ ଘର ନେବ ବୋଲି କହିଥିଲା। ଏପଟେ ଅଭିଷେକଙ୍କୁ ଘର ଦେଖାଇବା ପାଇଁ ଆଚାର୍ଯ୍ୟ ବିହାରକୁ ଡକାଇଥିଲେ। ତେବେ ଅଭିଷେକ ଆସିବା ପରେ ଯୁବକଜଣଙ୍କ ନିଜକୁ ଘରମାଲିକ କହି ଘର ଦେଖାଇଥିଲା। ଘର ପସନ୍ଦ ହେବା ପରେ ଯୁବକ ଜଣଙ୍କ ଅଭିଷେକଙ୍କଠାରୁ ଘର ବାବଦକୁ ୨ମାସର ଅଗ୍ରୀମ ୧୨ହଜାର ଟଙ୍କା ରଖିଥିଲା। ତେବେ ୨ଦିନ ପରେ ଯେତେବେଳେ ଅଭିଷେକ ଉକ୍ତ ଘରକୁ ଯିବା ପାଇଁ ଯୁବକଙ୍କୁ ଫୋନ୍‌ କରିଥିଲେ। ସେତେବେଳେ ଯୁବକଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯୁବକଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା। ଯୁବକଜଣଙ୍କ ମଧ୍ୟ ଅଭିଷେକଙ୍କ ସହ ଯୋଗାଯୋଗ କରି ନଥିଲେ। ଶେଷରେ ଅଭିଷେକ ବାଧ୍ୟ ହୋଇ ଉକ୍ତ ଘରକୁ ଯିବା ପରେ ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ। ଯେଉଁ ଯୁବକ ଘର ଦେଖାଇଥିଲ, ସେ ଜଣେ ଦଲାଲ ବୋଲି ଅଭିଷେକ ଜାଣିବାକୁ ପାଇଥିଲେ। ତାଙ୍କ ସହ ଠକାମି ହୋଇଥିବା ଜାଣିବା ପରେ ସ୍ଥାନୀୟ ଥାନାକୁ ଯାଇ ଅଭିଯୋଗ କରିଥିଲେ। ତେବେ ସେ ପୁଲିସ ତାଙ୍କୁ ଯେଉଁ କଥା ଶୁଣିଥିଲେ ସେ ଚକିତ ହୋଇଯାଇଥିଲେ। ପୁଲିସ ବାବୁଜଣଙ୍କ କହିଥିଲେ ଯେ, ଏହା ପ୍ରଥମ ଘଟଣା ନୁହେଁ। ଦଲାଲମାନେ ଏଭଳି ଲୋକଙ୍କୁ ଠକୁଥିବା ବହୁ ପୁରୁଣା। ଅଭିଷେକ ଥାନାରେ ଅଭିଯୋଗ ନ କରି ଫେରି ଯାଇଥିଲେ। ତେବେ ପ୍ରଶ୍ନ ଉଠୁଛି ଏଭଳି ଦଲାଲଙ୍କୁ ରୋକିବା ପାଇଁ ପୁଲିସ କେବେ ଚେତିବ?

ସମ୍ବନ୍ଧିତ ଖବର