ଚନ୍ଦ୍ରଶେଖରପୁର: ଦିନ ଦ୍ବିପ୍ରହରରେ କିଛି ଦୁର୍ବୃତ୍ତ ଜଣଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା, ଟଙ୍କା ଓ କିଛି ଦାମୀ ଜିନିଷପତ୍ର ଲୁଟି ନେଇଛନ୍ତି। ଏପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ହାଉସିଂ ବୋର୍ଡ କଲୋନି ଏମ୍ଆଇଜି ୨ରେ। ଏଠାରେ ଭଡ଼ାରେ ରହୁଥିବା ଚେତନଜିତ୍ ମହାନ୍ତି ଓ ତାଙ୍କ ପତ୍ନୀ ଉଭୟ ଚାକିରି କରୁଥିବା ବେଳେ ଆଜି ସକାଳେ ଅଫିସ୍ ଯାଇଥିଲେ। ମଧ୍ୟାହ୍ନରେ କିଛି ଦୁର୍ବୃତ୍ତ ତାଙ୍କ ଘର କବାଟ ତାଲା ଭାଙ୍ଗି ସବୁକିଛି ଲୁଟିନେଇଛନ୍ତି। ଚେତନଜିତ୍ଙ୍କ ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ୧୫ଭରି ସୁନା, ୧୫ଭରି ରୁପା, ୨୦ ହଜାର ଟଙ୍କା ଓ ଅନ୍ୟାନ ଜିନିଷପତ୍ର ଲୁଟି ନେଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଦ୍ବାରା ଉକ୍ତ ସ୍ଥାନର ତଦନ୍ତ କରିବା ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍କୁ ଯାଞ୍ଚ କରିଛି। ଏନେଇ ଥାନାରେ ଏକ ଲୁଟ୍ ମାମଲା ରୁଜୁ ହୋଇଛି। ଉକ୍ତ ଅଞ୍ଚଳରେ ଗତ ଏକ ସପ୍ତାହକ ମଧ୍ୟରେ ଦୁଇଟି ବଡ଼ ଧରଣର ଲୁଟ୍ ଘଟିଥିବା ବେଳେ ଲୋକମାନେ ଦିନରେ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନଥିବା କହିଛନ୍ତି।
ଦିନରେ ତାଲା ଭାଙ୍ଗି ଲୁଟିଲେ
/sambad/media/post_attachments/wp-content/uploads/2019/06/Untitled-18-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)