ନୀଳାଦ୍ରିବିହାରରେ ବଢ଼ୁଛି ଚୋରି

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳରେ ଚୋରି, ଡକାୟତି, ରାହାଜାନି ବୃଦ୍ଧି ପାଉଛି। ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ। ସମସ୍ୟାର ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନୀଳାଦ୍ରିବିହାର ବରିଷ୍ଠ ନାଗରିକ ଉନ୍ନୟନ ସ˚ଘ ପକ୍ଷରୁ ଦାବି କରାଯାଇଛି। ରବିବାର ସ˚ଘ ପକ୍ଷରୁ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ସୁରକ୍ଷା ନେଇ ପୁଲିସ ଅଧିକାରୀଙ୍କ ନିକଟରେ ଅନୁରୋଧ କରିଛନ୍ତି।

ସ˚ଘ ସଭାପତି ପ୍ରବୋଧ କୁମାର ପାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଚନ୍ଦ୍ରଶେଖରପୁର ଥାନାର ନୋଡାଲ ଅଧିକାରୀ ନିରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସ˚ଘର ସାଧାରଣ ସମ୍ପାଦକ ଡମ୍ବରୁଧର ନାୟକ ସ˚ଘର ପଞ୍ଜୀକରଣ ସମ୍ପର୍କରେ ସମସ୍ୟମାନଙ୍କୁ ଅବଗତ କରାଇଥିଲେ। ଏଥିସହ ନଭେମ୍ବର ୫ ସୁଦ୍ଧା ପଞ୍ଜୀକରଣ ଦରଖାସ୍ତ ଓ ଆବଶ୍ୟକୀୟ କାଗଜପତ୍ର ଏଡିଏମ୍‌ଙ୍କ କାର୍ଯ୍ୟାଳୟରେ ଦାଖଲ କରି ପ୍ରାପ୍ତି ସ୍ବୀକାର ରସିଦ୍‌ ଆଣିବାକୁ ସ୍ଥିର ହୋଇଛି। ଏଥିସହ ଅଲ୍‌ ଓଡ଼ିଶା ବରିଷ୍ଠ ନାଗରିକ ସ˚ଘ ସହ ସାମିଲ ହେବା ନେଇ ସଭାରେ ଆଲୋଚନା ହୋଇଥିଲା। ଶେଷରେ ଅଦ୍ବୈତ ପ୍ରସାଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର