ଲୁଲୁ ମହାପାତ୍ରଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିନ୍ଦୁସାଗରରେ ତିଳତର୍ପଣ

ପୁରୁଣା ଭୁବନେଶ୍ୱର : ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଲୁଲୁ ସେନା ପକ୍ଷରୁ ବିନ୍ଦୁସାଗରଠାରେ ତିଳତର୍ପଣ କରାଯାଇଛି। ସେନାର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ବିଜେପି ନେତା ଅମିୟ ଦାଶ, ସମୀର ମହାନ୍ତି, ହରେକୃଷ୍ଣ ଖୁଣ୍ଟିଆ, ଦିଲ୍ଲୀପ କୁମାର ସାହୁ, ସଚ୍ଚିଦାନନ୍ଦ ନାୟକ ଓ ଶତାଧିକ ଲୁଲୁପ୍ରେମୀ ସାମିଲ ହୋଇଥିଲେ। ସେହିପରି ସଂଧ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ-୧ ନମ୍ବରଠାରୁ ଏକ ମହମବତି ଶୋଭାଯାତ୍ରା ବାହାରି ନଗର ଦୁର୍ଗା ପୂଜାମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା ମହାପାତ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର