ମହତାବ ମାର୍କେଟ୍‌ କମ୍ପ୍ଲେକ୍ସରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: କପିଳପ୍ରସାଦ ମୌଜା ଅନ୍ତର୍ଗତ ମହତାବ ମାର୍କେଟ୍‌ କମ୍ପ୍ଲେକ୍ସ ପରିସରରୁ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ପରିସରରୁ ୨୫ଟି ଟିଣ ଦୋକାନ ଗୃହ, ୧୦ଟି ବାଉଁଶ ଓ ପଲିଥିନ ଘେରା ଦୋକାନ, ଗୋଟିଏ ହୋଟେଲ୍‌ ସମେତ ୬ଟି କ୍ୟାବିନ୍‌ ଉଚ୍ଛେଦ କରାଯାଇଛି। ବିଏମ୍‌ସି ପକ୍ଷରୁ ଏକ ଏକ୍ସକାଭେଟର୍‌ ଲଗାଇ ଜବରଦଖଲରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଛି। କେନ୍ଦ୍ରୀୟ ଉଚ୍ଛେଦ ମନିଟରିଂ କମିଟି କାର୍ଯ୍ୟକ୍ରମ ମୁତାବକ ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସ୍‌ର ସହଯୋଗରେ ଏହି ଉଚ୍ଛେଦ କରାଯାଇଥିଲା। ବିଡିଏର ଏନ୍‌ଫୋର୍ସମେଣ୍ଟ୍‌ ଅଧିକାରୀ ପ୍ରମୋଦ କୁମାର ପାତ୍ର, ବିଡିଏର ଲିଆସନ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଏୟାରଫିଲ୍‌ଡ ଥାନା ଭାରପ୍ରାପ୍ତ ଅଧିକାରୀ ଦେବୀ ଶଙ୍କର ପ୍ରତାପଙ୍କ ସମେତ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର