‘ସର୍ବ କନିଷ୍ଠ ଧର୍ମ ହେଉଛି ମହିମା ଧର୍ମ’

ପୁରୁଣା ଭୁବନେଶ୍ୱର : କଳ୍ପନା ଫ୍ଲାଟ୍ ଏରିଆ ଦୀନବନ୍ଧୁ ସ୍ନେହୀ ସଦନଠାରେ ଡ. ଉଦ୍ଧବ ଚରଣ ନାୟକଙ୍କ ଦୁଇଟି ପସ୍ତକ ‘ମହିମା ଧର୍ମ’, ‘ସିଦ୍ଧ ବଡ଼ କୃପାସିନ୍ଧୁ ବାବା’ ଏବଂ ଡ. ସୂର୍ଯ୍ୟ ନାରାୟଣ ବେହେରାଙ୍କ ଲିଖିତ ‘ସତ୍ୟ ସନାତନ ମହିମା ଧର୍ମର ସଂକ୍ଷିପ୍ତ ଇତିହାସ’ ଲୋକାର୍ପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ଶରତ କୁମାର ଦାଶ କହିଥିଲେ ଯେ ପୃଥିବୀ‌େର ସନାତନ ଧର୍ମର ସର୍ବ କନି‌ଷ୍ଠ ଧର୍ମ ହେଉଛି ମହିମା ଧର୍ମ। ଏହା ପରେ ଆଉ କୌଣସି ଧର୍ମ ଆସିନାହିଁ। ପୁସ୍ତକରେ ମହିମା ସ୍ବାମୀଙ୍କ ପଟ୍ଟଶିଷ୍ୟ କୃପାସିନ୍ଧୁ ବାବାଙ୍କ ଜୀବନୀ ଏବଂ ମହିମା ଧର୍ମର ସୃଷ୍ଟି ଉପରେ ଉଲ୍ଲେଖ ରହିଛି। ସ୍ତମ୍ଭକାର ଅସିତ ମହାନ୍ତି ପୁସ୍ତକର ସମୀକ୍ଷା କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ରଘନୁାଥ ବାବା, ଉଦ୍ଧବ ଚରଣ ନାୟକ ଯୋଗ ଦେଇଥିଲେ। ଡ. ସୂର୍ଯ୍ୟ ନାରାୟଣ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଚିସ୍ମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଉମା ପବ୍ଲିକେସନ୍‌ ପକ୍ଷରୁ ପୁସ୍ତକଗୁଡ଼ିକ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର