ସୁପର୍‌ କପ୍‌ର ସୁପର ଆକର୍ଷଣ: ଅଭିଷେକ

ଭୁବନେଶ୍ବର: ରବିବାର ଫାଇନାଲର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ ଅଭିନେତା ତଥା ଚେନ୍ନାଇନ୍ ଦଳର ସହ ମାଲିକ ଅଭିଷେକ ବଚ୍ଚନ। ଅଭିଷେକ ମ୍ୟାଚ୍ ପୂର୍ବରୁ ମାତ୍ର କିଛି ସମୟ କଳିଙ୍ଗ ଷ୍ଟାଡିୟମର ପଶ୍ଚିମ ଷ୍ଟାଣ୍ଡ କାଚ ଗ୍ୟାଲେରି ଭିତରେ କଟାଇଥିଲେ। ପରେ ବାହାରକୁ ଆସି ମ୍ୟାଚ୍‌ର ମଜା ନେଇଥିଲେ। ଅନେକ ସମୟରେ ସେ କରତାଳି ମାରି ନିଜ ଦଳର ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଖାସ୍ ତାଙ୍କୁ ଦେଖିବାକୁ କଳିଙ୍ଗ ଷ୍ଟାଡିୟମରେ ରବିବାର ତୁଳନାତ୍ମକ ଭାବେ ଅଧିକ ଦର୍ଶକ ଥିଲେ। ପୂର୍ବର ସବୁ ମ୍ୟାଚ୍ ଅପେକ୍ଷା ଫାଇନାଲରେ ମହିଳା ଦର୍ଶକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ଥିଲା। ଅଭିଷେକଙ୍କ ଉପସ୍ଥିତି ସାଙ୍ଗକୁ ଗୋଆ ପ୍ରଶଂସକଙ୍କ ପେଁକାଳି ଏବଂ ଚେନ୍ନାଇନର ମାର୍ଦଳ ଶବ୍ଦ କଳିଙ୍ଗର ଫୁଟବଲ୍ ମାହୋଲକୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। ହେଲେ ଚେନ୍ନାଇନ୍ ଅଭିଷେକଙ୍କୁ ଟ୍ରଫି ଉପହାର ଦେଇ ପାରି ନଥିଲା।

ସମ୍ବନ୍ଧିତ ଖବର