ଆମ୍ବ ତୋଳିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ଜୟଦେବ ବିହାର ଠାରୁ ଅଧ କଲୋମିଟର ଦୂରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ ତୋଳିବାକୁ ଯାଇ ରବିବାର ଅପରାହ୍ଣରେ ଜଣେ ଯୁବକଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ‘ପାଲ ହାଇଟସ୍‌’ ନିଟକସ୍ଥ ଏକ ଆମ୍ବ ଗଛକୁ ଜଣେ ଯୁବକ ରାସ୍ତା କଡ଼ରେ ସାଇକେଲ ରଖି ଆମ୍ବ ତୋଳିବାକୁ ଚଢ଼ିଥିଲା। ଆମ୍ବ ତୋଳୁଥିବା ବେଳେ ସେ କୌଣସି ପ୍ରକାରରେ ଜୀବନ୍ତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଗଛରେ ଥାଇ ମୃତ୍ୟୁ ହୋଇଥିଲା।

ଅଳ୍ପ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଜଣେ ଯୁବକ ଗଛ ଉପରେ ଝୁଲି ରହିଥିବା ଦେଖିଥିଲେ। ସ୍ଥାନୀୟ ଲୋକେ ପୁଲିସ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଓ ଦମକଳ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି। ମୃତଦେହକୁ ପୁଲିସ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସଂପୃକ୍ତ ବ୍ୟକ୍ତିର ପରିଚୟ ମିଳିନାହିଁ।

ସମ୍ବନ୍ଧିତ ଖବର