ବାରଙ୍ଗ ବାରଙ୍ଗ ରେଲ୍ଓ୍ଵ ଫାଣ୍ଡି ପୁଲିସ ଆଜି ସକାଳେ ରେଳ ଧାରଣାରୁ ଜଣେ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର କରିଛି। ଶବଟି ବାରଙ୍ଗ ଷ୍ଟେସନ୍ ପାଖ ରେଳ ଧାରଣା ମଝିରେ ପଡ଼ିଥିଲା। ମୃତକଙ୍କ ବୟସ ୩୦ ବର୍ଷ ବୋଲି ଅନୁମାନ କରାଯାଉଛି। ତାଙ୍କ ଉଚ୍ଚତା ୫ ଫୁଟ୍ରୁ ଊର୍ଧ୍ୱ, ପତଳା ଶରୀର ଓ ରଙ୍ଗା ଗୋରା ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ସେ କଳା ରଙ୍ଗର ଏକ ଜିନ୍ସ ପ୍ୟାଣ୍ଟ ଓ ଏକ ଟି ସାର୍ଟ୍ ପିନ୍ଧିଥିଲେ। ଚଳନ୍ତା ଟ୍ରେନ୍ରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରେଳବାଇ ପୁଲିସ ଅନୁମାନ କରିଛି। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ଲାଗି କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଏ ନେଇ କଟକ ଜିଆର୍ପି ଥାନା କେସ ନମ୍ବର ୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।