ମରାଠି ଖାଦ୍ୟ ଉତ୍ସବ

ଭୁବନେଶ୍ବର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌, କ୍ୟାଟରିଙ୍ଗ୍‌ ଟେକ୍ନୋଲୋଜି ଆଣ୍ଡ୍‌ ଆପ୍ଲାଏଡ୍‌ ନ୍ୟୁଟ୍ରିସନ୍‌ ପରିସରରେ ମରାଠି ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରାଳୟର ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ଶୀର୍ଷକ କାର୍ଯ୍ୟକ୍ରମରେ ଏହି ଆଞ୍ଚଳିକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଛି। ଆଜି ଏହି ମେଳାରେ ମହାରାଷ୍ଟ୍ରର ୪୨ପ୍ରକାରର ଖାଦ୍ୟ ଉପଲବ୍ଧ ହୋଇଥିଲା। ମୟୂରଭଂଜର ଏଡିଏମ୍‌ ଆବୋଲି ନାରାୟଣେ ଖାଦ୍ୟ ମେଳାକୁ ଉଦ୍‌ଘାଟନ କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶାରଦା ଘୋଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର