ଭୁବନେଶ୍ୱର: କାହ୍ନ-ରାଧାର ଜୀବନରେ ‘ବିବାହ କଲେ ଭଲ ପାଇବା’ ସରିଯାଏ ଭାବି ସେମାନେ ପରସ୍ପରକୁ ବିବାହ କରି ନାହାନ୍ତି। ସ୍ମୃତିକୁ ଦୁହେଁ ଛାତି ଭିତରେ ସାଇତି ରଖିଛନ୍ତି। ରାଧା ତା ଭଲପାଇବାର ଫୁଲରେ କବିତାର ହାର ଗୁନ୍ଥିଛି କାହ୍ନ ପାଇଁ। କାହ୍ନ ଭଲ ପାଇବାକୁ ସ୍ମୃତିରେ ମାଳି କରି ରାଧା ପାଇଁ ନାଟକ ଲେଖିଛି। ଜୀବନର ଉଠାଣି ଗଡ଼ାଣି ରାସ୍ତାରେ ଚାଲୁ ଚାଲୁ ଥକି ପଡ଼ିନାହାନ୍ତି ସେମାନେ। ହେଲେ ସମୟ ସେମାନଙ୍କର ଭଲ ପାଇବାକୁ କ’ଣ ବୁଝିପାରିଛି ? ଏମିତି ଏକ କାହାଣୀକୁ ନେଇ ଶୈଳବାଳା ମୋସନ୍ ପିକ୍ଚର୍ସ ଆଣ୍ଡ୍ ଏଣ୍ଟରଟେନ୍ମେଣ୍ଟ ଓ ଅର୍ପଣ ଆନୁକୂଲ୍ୟରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ପ୍ରେମ ଗଳ୍ପ’। ଅଶ୍ୱିନୀ କୁମାର ବ୍ରହ୍ମା ନିର୍ଦେଶନା ଦେଇଥିବା ବେଳେ ଶଙ୍କର ତ୍ରିପାଠୀ ଏହାର ରଚନା କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ଅଭିନେତା ଦେବୁଦାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥିଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ପୂର୍ବତନ ସଚିବ ଧୀରେନ୍ଦ୍ର ନାଥ ମଲ୍ଲିକ, ଓଡ଼ିଶା ନାଟ୍ୟସଂଘ ସଭାପତି ହରେନ୍ ସାହୁ, ଜି-ସାର୍ଥକ ଓଡ଼ିଶା ଗ୍ରୁପ୍ ମୁଖ୍ୟ ଫିକ୍ସନ୍ ଶ୍ରୀଜିତ ଶତପଥୀ ଓ ଯାତ୍ରା ସମ୍ରାଟର ଅନନ୍ତ ନାରାୟଣ ଧଳ ଯୋଗ ଦେଇଥିଲେ।
କେବଳ ବିବାହ ହିଁ କ’ଣ ଭଲ ପାଇବା
ନାଟକ ‘ପ୍ରେମ ଗଳ୍ପ’ ମଞ୍ଚସ୍ଥ
/sambad/media/post_attachments/wp-content/uploads/2018/09/m13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)