ପିକକ୍‌ ପକ୍ଷରୁ ମାତୃତ୍ୱ, ନବଜାତ ଶିଶୁ, ସ୍ୱାସ୍ଥ୍ୟ ଓ ଶିଶୁ ସୁରକ୍ଷା କର୍ମଶାଳା

ଭୁବନେଶ୍ୱର : ପିପୁଲସ୍‌ କଲଚରାଲ ସେଣ୍ଟର(ପିକକ୍‌) ପକ୍ଷରୁ ଭୁବନେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ମାତୃତ୍ୱ, ନବଜାତ ଶିଶୁ, ଶିଶୁ ସ୍ୱାସ୍ଥ୍ୟ ଓ ଶିଶୁ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପିକକ୍‌ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ, ଆଇସିଏସର ସୁପଭାଇଜର୍‌ କଲ୍ୟାଣୀ ଦାସ, ଆଡପସନ୍ସ ସେଣ୍ଟ୍ରମର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ, ସହ ଜିଲ୍ଲାପାଳ ରାଜେନ୍ଦ୍ର ଆଚାର୍ଯ୍ୟ, ଓଏଲଏମ୍‌ର ସ୍ମିତା ଜାହ୍ନବୀ ନନ୍ଦ, ସିପିଏମ୍‌ଓର ସତୀଲତା ବେହେରା, ଏବିଡିଓ ଅନନ୍ଦା ଚକ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ, ପିକକ୍‌ ନିର୍ଦ୍ଦେଶିକା ମୀନାକ୍ଷୀ ପଣ୍ଡା ଯୋଗଦେଇ ଶିଶୁ ସୁରକ୍ଷା, କୁପୋଷଣ, ନବଜାତ ଶିଶୁ ଓ ଶିଶୁସ୍ୱାସ୍ଥ୍ୟ, ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଜୀବିକା, ବିଶୁଦ୍ଧ ପାନୀୟ ଜଳ, ପରିମଳ, ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। କର୍ମଶାଳାରେ ପିକକ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ମହିଳା, ଆଶା, ଅଙ୍ଗନଓ୍ଵାଡି କର୍ମୀ ଯୋଗଦେଇଥିଲେ। ପିକ୍‌କ ପୋଗ୍ରାମ ମ୍ୟାନେଜର ଜ୍ୟୋତି ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର