ଯୋଗ ବେଦାନ୍ତ ସମିତି ପକ୍ଷରୁ ମାତୃ-ପିତୃ ପୂଜନ ଦିବସ

ପୁରୁଣା ଭୁବନେଶ୍ୱର : ଭାରତୀୟ ସଂସ୍କୃତିର ’ମାତୃ-ପିତୃ ଭକ୍ତି’ର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଧଉଳି ଯୋଗ ବେଦାନ୍ତ ସେବା ସମିତି ଓ ଧଉଳି ସନ୍ଥ ଶ୍ରୀ ଆଶାରାମଜୀ ଆଶ୍ରମ ପକ୍ଷରୁ ’ମାତୃ-ପିତୃ ପୂଜନ’ ଦିବସ ସ୍ଥାନୀୟ ଡାକବଙ୍ଗଳା ଛକଠାରେ ପାାଳିତ ହୋଇଯାଇଛି। ଏଥିରେ ଶତାଧିକ ପରିବାର ସାମିଲ ହୋଇ ମାତୃ ପିତୃ ପୂଜନ କରିଥିଲେ। ଯୋଗ ବେଦାନ୍ତ ସମିତିର ଆବାହକ ସୂର୍ଯ୍ୟମଣି ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାୟା ବାବା ମଠର ଭକ୍ତି ଚୈତନ୍ୟ ଦାସ ମହାରାଜ, ଗୌର ଶ୍ୟାମାନନ୍ଦ ମହାରାଜ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଶୁଭ ସଂସ୍କାର ପ୍ରଦାନ କରିଥିଲେ। ଏହାର ପ୍ରଭାବରେ ଭବିଷ୍ୟତ ଜୀବନରେ ପିଲାମାନଙ୍କ ଉଜ୍ଜ୍ୱଳ ଚରିତ୍ର ନିର୍ମାଣର ଆଧାରଶିଳା ହେବ ବୋଲି ଅତିଥିମାନେ କହିଥିଲେ।

ସମ୍ବନ୍ଧିତ ଖବର