ରାଜଧାନୀ ପ୍ରତିଷ୍ଠା ଦିବସ ନେଇ ରାଜ୍ୟପାଳଙ୍କ ସହିତ ଆଲୋଚନା

ଭୁବନେଶ୍ୱର: ୭୧ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ସମ୍ପର୍କରେ ଆଲୋଚନା କରିବା ପାଇଁ କମିଟିର କର୍ମକର୍ତ୍ତାମାନେ ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏଥର ନିର୍ବାଚନ ବର୍ଷ ହୋଇଥିବାରୁ ପାରମ୍ପରିକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇ ରାଜ୍ୟପାଳ ପ୍ରଫେସର ଲାଲ୍‌ଙ୍କୁ ଏପ୍ରିଲ୍ ୧୩ ତାରିଖ ବେସାମରିକ ପରେଡ୍‌ ଉତ୍ସବରେ ଅଭିବାଦନ ଗ୍ରହଣ କରିବା ସହିତ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଜଣାଇଥିଲେ। ଏହି ପ୍ରତିନିଧି ଦଳରେ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ନିର୍ଦ୍ଦେଶକ ସରୋଜ ସ୍ୱାଇଁ, ପ୍ରସନ୍ନ କୁମାର ଦାସ ଓ ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର