ଡୁମାଳ ପରିଷଦର ଆଲୋଚନାଚକ୍ର ଓ ଭେଟ୍‌ଘାଟ୍‌ ସମାରୋହ

ଭୁବନେଶ୍ୱର: ଡୁମାଳ ପରିଷଦ ଓଡ଼ିଶାର ଖୋର୍ଧା ଜିଲ୍ଲା ଶାଖା ଆନୁକୂଲ୍ୟରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପରିସର କୃଷକ ନିବାସ ବୈଠକ ଗୃହରେ ଗତ ରବିବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ୧୦ ଜିଲ୍ଲାର ସଭାପତି ଓ ସମ୍ପାଦକ, ଯୁବ ସଭାପତି, ବିଚାରକମଣ୍ଡଳୀ, ରାଜ୍ୟ କର୍ମକର୍ତ୍ତା, ରାଜ୍ୟ ମହିଳା କର୍ମକର୍ତ୍ତା ତଥା ବୁଦ୍ଧିଜୀବୀମାନେ ଏଥିରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ସୁଧିର କର୍ଣ୍ଣ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ଗୌତମ ଖେତି ଓ ରାଜ୍ୟ ଉପଦେଷ୍ଟାମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ଭୋଇ ଯୋଗ ଦେଇଥିଲେ। ସାଧାରଣ ସଦସ୍ୟ ଭାବେ ପ୍ରଫେସର ଦିଲ୍ଲୀପ କର୍ଣ୍ଣ ପଶୁପାଳନ ଉପରେ, ଜନଗଣନା ବିଭାଗର ଉପନିର୍ଦେଶକ ହାରାଧନ କର୍ମୀ ଜନସଂଖ୍ୟା ମାନବ ସମ୍ବଳ ପରିଚାଳନା ଉପରେ, ଅଧ୍ୟାପିକା ପ୍ରଭାତି ପାତ୍ର ଓ ଅଧ୍ୟାପିକା ଦେବଯାନୀ ମେଶୁଆ ଶିକ୍ଷା ଓ ନାରୀ ଶିକ୍ଷା ଉପରେ, ରାଜ୍ୟ ସଭାନେତ୍ରୀ ହେମାବତୀ କରନ ନାରୀ ସଂଗଠନ ଉପରେ, ପ୍ରଫେସର ନନ୍ଦକିଶୋର ମହାକୁଡ଼ ଜାତିର ସଂଗଠନ ଉପରେ, ରାଜ୍ୟ ଯୁବ ସଭାପତି ସୁରେଶ କର୍ଣ୍ଣ ଯୁବ ସଂଗଠନ ଉପରେ, ଏଲ ଏମ୍‌ ଗଡ଼ନାୟକ କୃଷିର ସମସ୍ୟା ଓ ସମାଧାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଅଧିବକ୍ତା ଉଦିତ୍‌ ପ୍ରତାପ ଦେହୁରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ରାଜନୈତିକ ଦୃଶ୍ୟପଟ ଉପରେ ଆଲୋଚନା ହୋଇଥିଲା। ଚିତ୍ତରଂଜନ କର୍ଣ୍ଣ, ମଣ୍ଟୁ ଖମାରୀ, ଚକାନନ୍ଦ କମ୍ପ, କୃତ୍ତିବାସ ପଲିଆ, ହୀରା ମହାକୁଡ଼ ଓ ଠାକୁର କର୍ଣ୍ଣଙ୍କ ସମେତ ଅନ୍ୟମାନେ ନିଜ ନିଜ ମତ ରଖିଥିଲେ। ଏଥିରେ ବୌଦ୍ଧ, କଣ୍ଟାମାଳ, ସୋନପୁର, ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ସଦସ୍ୟ ଉପସ୍ଥିତ ଥିଲେ। ତୃତୀୟ ଅଧିବେଶନରେ ରାଜ୍ୟ ଓ ଭୁବନେଶ୍ୱରର ଥିବା ମହିଳାଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ସଭାନେତ୍ରୀ ହେମାବତୀ କରଣ ସଭାପତିତ୍ୱ କରିଥିବା ବେଳେ ଦେବଯାନୀ ମେଶୁଆ, ପ୍ରଭାତି ପାତ୍ର, ସମାଜସେବୀ ନୀଳିମା ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଭେଟ୍‌ଘାଟ୍‌ ସମାରୋହ ପାଳିତ ହୋଇଥିଲା।

ସମ୍ବନ୍ଧିତ ଖବର