ମିଟର ଟାମ୍ପରିଂ କରି ଫସିଲେ ୨ ସେସୁ ଅଧିକାରୀ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପାୱାରହାଉସ କଲୋନୀରେ ଥିବା ସରକାରୀ କ୍ବାର୍ଟରରେ  ମିଟର ଟାମ୍ପରିଂ କରି ଫସିଛନ୍ତି ସେସୁର ୨ ଅଧିକାରୀ । ଆଜି ସରପ୍ରାଇଜ୍‌ ଚେକିଂ ବେଳେ ଏହି ୨ ଅଧିକାରୀ ଧରାପଡିଛନ୍ତି । ସେସୁ ପକ୍ଷରୁ ଏମାନଙ୍କ ବିରୋଧରେ ୨ଟି ମାମଲା ରୁଜୁ କରାଯିବା ସହ ୪୫ ହଜାର ୨୦୦ ଟଙ୍କା ଜରିମାନା ଲଗାଯାଇଛି । ଏହା ସହିତ ଏହି ୨ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର

Comments are closed.