ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ବିକ୍ଷୋଭ

ଭୁବନେଶ୍ୱର :ଆଜି ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ଏମ୍‌ଡିଏମ୍‌ ନୋଡାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୧୮ ମସିହାରୁ ୨୦୦୦ ଟଙ୍କା ଭତ୍ତା, ବର୍ଷକୁ ୨ ଖଣ୍ଡ ଶାଢ଼ି, ହାଇକୋର୍ଟ ନିର୍ଦେଶ ମୁତାବକ ୨୮ ମାସେର ବକେୟା ପ୍ରାପ୍ୟ, ପ୍ରସୂତି କାଳୀନ ଛୁଟି ସହ ଭତ୍ତା ପ୍ରଦାନ ପ୍ରମୁଖ ଦାବି ରହିଛି। ପାଓ୍ଵାର ହାଉସ୍‌ ଛକରୁ ସଂଘର ସମ୍ପାଦକ ରାଧାରମଣ ଷଡଙ୍ଗୀଙ୍କ ନେତୃତ୍ୱରେ ଇଷାନୀ ଷଡ଼ଙ୍ଗୀ, କ୍ଷୀରମଣି ମହନ୍ତ, ମୃତ୍ୟୁଞ୍ଜୟ ରାଉତ, ବାସନ୍ତୀ ଚିତ୍ରକର, ପୀତବାସ ବେହେରା, ବିକାଶ ପ୍ରଧାନ, ସ୍ମୃତିରଞ୍ଜନ ଦାସ, ଜଗନ୍ନାଥ ଦେଓ, ଭିକାରୀ ସାହୁ, ଶୈଳେସ ବଳିୟାର ସିଂ, ସୁକାନ୍ତି ଜେନା, ମିନା ମହନ୍ତ, ବସନ୍ତ ପ୍ରଧାନ, ରମାନାଥ ରଣା, ମନ୍ମଥ ବେହେରା, କନକଲତା ଦାସ, ମଞ୍ଜୁଲତା ଦାସ, ବିକାଶ ପ୍ରଧାନ, ନବୀନ ବିଶ୍ୱାଳ ପ୍ରମୁଖ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର