କାମରେ ଅବହେଳା ନେଇ ବାଳକକୁ ନୁଡୁଲ୍ସ କାରଖାନା ମାଲିକଙ୍କ ନିସ୍ତୁକ ମାଡ, କଷ୍ଟ ସହି ନପାରି ରାସ୍ତାପାର୍ଶ୍ୱରେ କାନ୍ଦୁଥିବା ଅବସ୍ଥାରେ ହେଲା ଉଦ୍ଧାର

ଭୁବନେଶ୍ୱର: ଶିଶୁ ଶ୍ରମିକ ଶୋଷଣ ଏକ ଗମ୍ଭୀର ମାମଲା ଅଟେ। ଏହା ସତ୍ତ୍ୱେ ବି ଏପରି ଅନେକ ମାମଲା ସାମ୍ନାକୁ ଆସୁଛି। ଏକ ନୁଡୁଲ୍ସ କାରଖାନାରେ କାମ କରୁଥିବା ଜଣେ ନାବାଳକକୁ କାମରେ ଅବହେଳା କରୁଥିବା ନେଇ କାରଖାନା ମାଲିକ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଲିକର ମାଡ ପରେ ଯନ୍ତ୍ରଣା ସହି ନପାରି ଗତକାଲି ସନ୍ଧ୍ୟାରେ ରାସ୍ତାପାର୍ଶ୍ୱରେ କାନ୍ଦୁଥିବା ସମୟରେ ଚାଇଲ୍ଡ ଲାଇନ୍‌ ଅଧିକାରୀଙ୍କ ଦ୍ୱାରା ନାବାଳକ ଉଦ୍ଧାର ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଝାଡଖଣ୍ଡର ୧୨ବର୍ଷୀୟ ନାବାଳକ ଆର୍ଥିକ ଅଭାବ ହେତୁ ସହରର ବାହାରେ ଥିବା ସୁନ୍ଦରପଦ ଅଞ୍ଚଳରେ ବୋଟାଣ୍ଡା ଗ୍ରାମରେ ଥିବା ଏକ ନୁଡୁଲସ୍‌ ଫ୍ୟାକ୍ଟ୍ରିରେ କାମ କରୁଥିଲା। ଅଭିଯୋଗ ହୋଇଛି କି ଏହି କାରଖାନାର ମାଲିକ ରାହୁଲ କୁମାର ପ୍ରାୟତଃ କାମକୁ ନେଇ ବାଳକକୁ ମାରଧର କରିଥାଆନ୍ତି। ମାଡ ଖାଇବା ପରେ ବାଳକଟି ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ କଷ୍ଟରେ ରାସ୍ତାପାର୍ଶ୍ୱରେ ବସି କାନ୍ଦୁଥିଲା। ଏହି ସମୟରେ ଚାଇଲ୍ଡ ଲାଇନ୍‌ ଅଧିକାରୀ ବାଳକକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଅଧିକାରୀ ଏହାପରେ ବାଳକକ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରି ଦେଇଥିଲେ।

ଏହି ମାମଲା ନେଇ ଏୟରଫିଲଡ ପୁଲିସ ଷ୍ଟେସନ୍‌ରେ ମାମଲା ବି ରୁଜୁ ହୋଇଥିଲା। ଏହାପରେ ପୁଲିସ ଉକ୍ତ ନୁଡୁଲସ୍‌ କାରଖାନା ଉପରେ ଚଢ଼ାଉ କରି ମାଲିକ ରାହୁଲଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର