ଟ୍ୟୁସନ୍‌ ଯାଇ ନାବାଳିକା ନିଖୋଜ

ପୁରୁଣା ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଏୟାର ଫିଲଡ୍‌ ଥାନା ଅନ୍ତର୍ଗତ ଏକ ଗାଁର ୧୪ ବର୍ଷର ଜଣେ ନାବାଳିକା ଟ୍ୟୁସନ୍‌ ଯାଇ ଆଉ ଘରକୁ ଫେରି ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ସୂଚନା ଅନୁଯାୟୀ, ନାବାଳିକା ଜଣକ ସକାଳ ୭ଟାରେ ନିକଟସ୍ଥ ଏକ ସରକାରୀ ସ୍କୁଲ୍‌କୁ ଟ୍ୟୁସନ୍‌ ଯାଇଥିଲା। ମାତ୍ର ଆଉ ଘରକୁ ଫେରି ନଥିଲା। ବିଳମ୍ବ ହେବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନାବାଳିକାଙ୍କ ଖୋଜଖବର ନ ମିଳିବାରୁ ପରିବାର ଲୋକ ଏୟାରଫିଲ୍‌ଡ ଥାନାରେ ନିଖୋଜ ଅଭିଯୋଗ କରିଛନ୍ତି। ଏନେଇ ଥାନା ଅଧିକାରୀ ଦେବୀ ଶଙ୍କର ପ୍ରସାଦଙ୍କୁ ପଚାରିବାରୁ ସେ କହିଥିଲେ, ମାମଲା ରୁଜୁ କରାଯାଇଛି। ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର