ମୋ ବସ୍‌ : ପଛ ଗେଟ୍‌ରେ ପ୍ରବେଶ, ଆଗ ଗେଟ୍‌ରେ ପ୍ରସ୍ଥାନ କରିବାକୁ ଅନୁରୋଧ

ଭୁବନେଶ୍ବର : କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ବର-କଟକ-ଖୋର୍ଦ୍ଧାର ୨୦ଟି ରୁଟ୍‌ରେ ମୋ ବସ୍‌ ଯାତାୟାତ କରୁଥିବାବେଳେ ଏବେ ଏଥିରେ ହାରାହାରି ଦୈନିକ ଯାତ୍ରୀଙ୍କ ସଂଖ୍ୟା ୬୦ହଜାର ଟପିଛି। ଲୋକ ଯେପରି ସୁବିଧାରେ ଯାତାୟାତ କରିବେ ସେଥିପାଇଁ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଯାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଯାତ୍ରୀମାନେ ‘ମୋ ବସ୍‌’ରେ ଯାତାୟାତ କରିବା ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ଥିବା ସିଟ୍‌ ଛାଡ଼ି ବସିବାକୁ କହିଛନ୍ତି। ଯେପରି ବରିଷ୍ଠ ନାଗରିକ, ମହିଳା, ଭିନ୍ନକ୍ଷମଙ୍କ ପାଇଁ ଆବଣ୍ଟନ ହୋଇଥିବା ସିଟ୍‌ ସେମାନଙ୍କ ପାଇଁ ଛାଡ଼ିବାକୁ କୁହାଯାଇଛି। ସେହିପରି ଯାତ୍ରୀମାନେ ବସ୍‌ର ପଛ ଗେଟ୍‌ରେ ଭିତରକୁ ପ୍ରବେଶ କରିବା ସହ ଆଗ ଗେଟ୍‌ରେ ବସ୍‌ରୁ ଓହ୍ଲାଇବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର